ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଧାନ କିଣାକୁ ନେଇ ବିରୋଧି ଗୃହରେ ହଟ୍ଟଗୋଳ କରି ଚାଲିଥିବା ବେଳେ ଆଜି ବିଜେପି ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଯାହାକୁ ନେଇ ସର୍ବଦଳୀୟ ବୈଠକ ବସିବା ପାଇଁ ନିଷ୍ପତ୍ତି ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ସର୍ବଦଳୀୟ ବୈଠକ ପରେ ଗୃହ ସ୍ୱଭାବିକ ହୋଇଛି । ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । କାଲି ଧାନ କିଣା ସଂକ୍ରାନ୍ତରେ ବିବୃତି ରଖିବେ ଯୋଗାଣ ମନ୍ତ୍ରୀ ବୋଲି ସୂଚନା ମିଳିଛି ।






