ଭଦ୍ରକ, (ବାଘୁଆବାର୍ତ୍ତା): ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଏଵଂ କୃଷକ ଦିବସ ରେ କୃଷି ବିଜ୍ଞାନ କେନ୍ଦ୍ର, ରାଣୀତାଲ ପରିସରରେ ପାଳିତ ହୋଇଯାଇଛି। ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍,ଭଦ୍ରକ ବିଧାୟକ୍ ଶୀତାଂଶୁ ଶେଖର ମହାପାତ୍ର,ବାସୁଦେବପୁର ର ବିଧାୟକ ଅଶୋକ ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଅତିରିକ୍ତ ଜିଲ୍ଲପାଳ ସରୋଜ ଦତ୍ତ, ବାସୁଦେବପୁର ବ୍ଲକ ଅଧକ୍ଷ ନଗେନ୍ଦ୍ର ବିଶ୍ଵାଳ, ଜିଲ୍ଲାମୁଖ୍ୟ କୃଷି ଅଧକାରୀ ଦିବାକର ସେଠୀ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଵୈଜ୍ଞାନିକ ଡକ୍ଟର ସଞ୍ଜୟ ମହାନ୍ତି,କୃଷି ବୈଜ୍ଞାନିକ ବିଶ୍ବ ରଂଜନ ନାୟକ ପ୍ରମୁଖ ଯୋଗ ଦେଇ ଅକ୍ଷୟ ତୃତୟା ରେ ପୁଜା କରି କ୍ଷେତରେ ଅଖିମୁଠି ଅନୁକୂଳ କରିଥିଲେ। ଖରିଫ ୨୦୨୫ ମୁଖ୍ୟମନ୍ତ୍ରୀ କିଶାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମରେ ମନ୍ତ୍ରି ଶ୍ରୀ ସୁରଜ୍, ବିଧାୟକ, ଜିଲ୍ଲପାଳ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଭଦ୍ରକ ଜିଲ୍ଲା ରେ ୨ ଲକ୍ଷ ୫ ହଜାର ନାମ ମାତ୍ର ଚାଷୀଙ୍କୁ ୨ ହଜାର ଟଙ୍କା ବ୍ୟାଙ୍କ ଖାତା କୁ ଯିବ ବୋଲି ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ କୃଷକ ଙ୍କ ଆୟ ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇ ଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।







