Friday, July 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲଣ୍ଡନରେ ନିର୍ମାଣ ହେବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର

by ସଞ୍ଜୟ ସ୍ୱାଇଁ
March 4, 2021
in Breaking, State
ଲଣ୍ଡନରେ ନିର୍ମାଣ ହେବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର
110
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଲଣ୍ଡନରେ ନିର୍ମାଣ ହେବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର। ଏସମ୍ପର୍କରେ ଓଡିଶା ବିଧାନସଭା ରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର। କହିଛନ୍ତି ଲଣ୍ଡନରେ ରହୁଥିବା ଭଉଣୀମାନଙ୍କ ପାଇଁ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବ। ଏସଜେଏସ ୟୁକେ ର ସଚିବ ଡକ୍ଟର ପ୍ରକାଶ ଦେ ମନ୍ଦିର ପ୍ରକଳ୍ପର ଭବିଷ୍ୟତ ର ରୋଡ ମ୍ୟାପ , ପ୍ରଗତି, ଯାତ୍ରା ସମ୍ପର୍କରେ ଏକ ମ୍ୟାପ ପ୍ରଦାନ କରିଥିବା ସହିତ ମନ୍ଦିର ନିର୍ମାଣ ପାଇଁ ଲଣ୍ଡନ ଉପକଣ୍ଠରେ ୩୦ ( ତିରିଶି ) ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ମନ୍ଦିର ନିର୍ମାଣ କାର୍ୟ୍ୟ ପାଇଁଁ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଙ୍କ ସହିତ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇଛି। ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ବିଗ୍ରହ ନିର୍ମାଣ ପାଇଁ ପୁରୀ ମୁକ୍ତି ମଣ୍ଡପ ପରାମର୍ଶକ୍ରମେ ଦାରୁ ଚିହ୍ନଟ ସହଏବଂ ଦାରୁ କଟାଯାଇ ବିଗ୍ରହ ନିର୍ମାଣ ନିମନ୍ତେ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ହସ୍ତାନ୍ତର କରାଯାଇଛି। ୨୦୨୪ ମସିହା ସୁଦ୍ଧା ମନ୍ଦିର ର ପ୍ରଥମ ପର୍ୟ୍ୟାୟ କାର୍ୟ୍ୟ ଶେଷ ହେଲେ ମୁକ୍ତି ମଣ୍ଡପ ପରାମର୍ଶକ୍ରମେ ସଠିକ ସମୟରେ ଲଣ୍ଡନ ଜଗନ୍ନାଥ ମନ୍ଦିରରେ ବିଗ୍ରହ ମାନଙ୍କୁ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଲଣ୍ଡନରେ ଜଗନ୍ନାଥ ମନ୍ଦିର ନିର୍ମାଣ କୁ ଦୃଷ୍ଟିରେ ରଖି ଏସଜେଏସ ୟୁକେ ର ଟ୍ରଷ୍ଟି ଅର୍ଚ୍ଚନା ମାନସିଂହ ଓ ବିଜୟ ସାହୁ ଙ୍କ ଦ୍ଵାରା ଆୟୋଜିତ କାର୍ୟ୍ୟକ୍ରମରେ ଏସଜେଏସ ୟୁକେ ର ଟ୍ରଷ୍ଟି କାନ୍ତ ନନ୍ଦ ବିଭିନ୍ନ ୱାର୍କଷ୍ଟ୍ରିମ୍ ଗଠନ କରିବା ସହ କିପରି ସଦସ୍ୟ ବୃଦ୍ଧି ପାଇବେ, ଜମି ଅଧିଗ୍ରହଣ, ପାଣ୍ଠି ସଂଗ୍ରହ ସମ୍ପର୍କରେ ଗୁରୁତ୍ୱାରୋପ କରୁଛନ୍ତି। ଟ୍ରଷ୍ଟି ଡକ୍ଟର ମଳୟ ନାୟକ, ଭକ୍ତ ପଣ୍ଡା, ଡକ୍ଟର ଆଦିତ୍ୟ ସିଂହ, ସୁକାନ୍ତ ସାହୁ, ନିଉଜଲେଟର ର ସମ୍ପାଦକ ଉମାକାନ୍ତ ରାଉତ, ଏବଂ ରୀନା ମେହେର ଉପସ୍ଥିତ ରହି ନିଜର ଗଠନ ମୁଳକ ମତାମତ ପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମରେ ମହିଳା ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ସୁଭଦ୍ରା ସୋସାଇଟି ପକ୍ଷରୁ ଶ୍ରୀମତୀ ଶତାବ୍ଦୀ ଦାସ ଯୋଗଦେଇ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଏସଜେଏସ ୟୁକେ ର ପ୍ରୟାସ ସାର୍ଥକ କରିବା ପାଇଁ ସୋସାଇଟିକୁ ଜଗନ୍ନାଥ ପ୍ରେମୀ ମାନଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!