Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସର୍ଜନମାନେ

by ସଞ୍ଜୟ ସ୍ୱାଇଁ
October 6, 2021
in State
ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସର୍ଜନମାନେ
125
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ସର୍ଜନମାନେ । ସାଢ଼େ ୮ କେଜି ଓଜନର ଏହି ଶିଶୁ ପୁତ୍ରଟିର ଗତ ୭- ୮ ମାସ ହେବ ଓଜନ କମିବା ସହିତ ସେ ଖୁବ୍‌ ରୋଗିଣା ଦେଖାଯାଉଥିଲା ଏବଂ ତା’ର ଶରୀରର ଅମ୍ଳଜାନର ସ୍ତର ମଧ୍ୟ କମିବାରେ ଲାଗିଥିଲା ଯାହାକି ଶିଶୁର ପରିବାରର ଚିନ୍ତା ବଢ଼ାଇ ଦେଇଥିଲା । ଶିଶୁଟି ଯେତେବେଳେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ପହଂଚିଥିଲା ତା’ର ଅମ୍ଳଜାନ ସ୍ତର ୯୦ ପ୍ରତିଶତରୁ କମ୍‌ ଥିଲା ଏବଂ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ବୋଲି ସମ୍‌ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗର ସର୍ଜନ ତଥା ଅପରେସନ୍‌ କରିଥିବା ମେଡିକାଲ୍‌ ଟିମ୍‌ର ସଦସ୍ୟ ପ୍ରଫେସର ଅନ୍ତର୍ୟ୍ୟାମୀ ପ୍ରଧାନ କହିଛନ୍ତି। ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଥିଲା ଯେ ଶିଶୁଟିର ହୃଦଯନ୍ତ୍ର ସହ ଜଡିତ ହୋଇ ଛାତିରେ ୧୧ ସେମି ଆକୃତିର ଏକ ବଡ଼ ଟ୍ୟୁମର ବୃଦ୍ଧି ପାଇଛି ଯାହାକି ସମ୍ପୂର୍ଣ୍ଣ ରୂପେ ବାମ ପଟ ଫୁସ୍‌ଫୁସ୍‌ ଉପରେ ଚାପ ପକାଉଥିଲା । ହସ୍ପିଟାଲ୍‌ ପକ୍ଷରୁ ତୁରନ୍ତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା । ରେଡିଓଲୋଜିଷ୍ଟ ପ୍ରଫେସର ସତ୍ୟ ଏସ୍‌ ମହାପାତ୍ର ଏବଂ ପ୍ରଫେସର ଆଦ୍ୟ କେ ପଣ୍ଡାଙ୍କ ତତ୍ୱାବଧାନରେ ଶିଶୁଟିର ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ସିଟିଭିଏସ୍‌ ସର୍ଜନ୍‌ ପ୍ରଫେସର ଦେବାଶିଷ ସାହୁଙ୍କ ନେତୃତ୍ୱରେ ଏହି ଅପରେସନ୍‌ କରାଯାଇଥିବା ବେଳେ ପ୍ରଫେସର ଅନ୍ତର୍ୟ୍ୟାମୀ ପ୍ରଧାନ ଡାକ୍ତରୀ ଟିମ୍‌ର ପ୍ରମୁଖ ସଦସ୍ୟ ଥିଲେ । ଛାତିକୁ କ୍ଲାମ୍‌ସେଲ୍‌ ଥୋରାକୋଟୋମି ପ୍ରକ୍ରିୟାରେ ଉନ୍ମୁକ୍ତ କରାଯାଇ ଏହି ବଡ଼ ଟ୍ୟୁମର୍‌କୁ ବାହାର କରାଯାଇଥିଲା । ହୃଦଯନ୍ତ ଏବଂ ଫୁସ୍‌ଫୁସ୍‌ ସହ ଯୋଡି ହୋଇ ରହିଥିବା ଏହି ଟ୍ୟୁମରକୁ ସମ୍ପୂର୍ଣ୍ଣ ରୂପେ ବାହାର କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କୌଣସି ରକ୍ତସ୍ରାବ ହୋଇ ନଥିଲା ବୋଲି ପ୍ରଫେସର ପ୍ରଧାନ କହିଛନ୍ତି । ଅପରେସନ୍‌ ପରେ ଦୁଇ ଦିନ ନିମନ୍ତେ ଶିଶୁରୋଗ ଇଂଟେନ୍‌ସିଭ୍‌ କେୟାର ୟୁନିଟ (ପିଆଇସିୟୁ)ରେ ମେକାନିକାଲ୍‌ ଭେଂଟିଲେସନ୍‌ରେ ପ୍ରଫେସର ଦେବସ୍ମିତା ରଥ ଏବଂ ଡାକ୍ତର ବାସୁଦେବ ବିଶ୍ୱାଳଙ୍କ ତତ୍ୱାବଧାନରେ ଶିଶୁଟିକୁ ରଖାଯାଇଥିଲା । ନିଶ୍ଚେତକ ପ୍ରକ୍ରିୟାରେ ସର୍ଜରୀ କରାଯାଇଥିବା ବେଳେ ଏହି ଟିମ୍‌ରେ ସାମିଲ୍‌ ଥିଲେ ପ୍ରଫେସର ସୌମ୍ୟା ସାମଲ୍‌, ପ୍ରଫେସର ସୁଲୋଚନା ଦାଶ, ଡାକ୍ତର ନୁପୁର ମୋଡା, ଡାକ୍ତର ମଧୁସ୍ମିତା ପାତ୍ର, ଡାକ୍ତର ସୁଦୀପ୍‌ ମହାପାତ୍ର ଏବଂ ଡାକ୍ତର ରମ୍ୟା । ଫାର୍ମାସିଷ୍ଟ ସସ୍ମିତା ସାହୁ, ପ୍ରଣତି ପରିଡା, ରାଧେ ଏବଂ ନର୍ସ ଓ ଓଟି ଆସିଷ୍ଟାଂଟ ବିଶ୍ୱ ରଞ୍ଜନ ପରିଡା, ପୁଷ୍ପଲତା ସାହୁ, ବିଜୟ, ସ୍ମୃତିରେଖା, ରୋଜାଲିନ୍‌, ତପନ୍‌ ଏବଂ ବିବେକ ମହାରଣା ଟିମ୍‌ରେ ସାମିଲ୍‌ ହୋଇ ଅପରେସନ୍‌ରେ ସାହାଯ୍ୟ କରିବା ସହ ଶିଶୁଟିର ଚିକିତ୍ସାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!