ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ କେନ୍ଦ୍ର ସରକାର ଲଗାଇଥିବା ବାଇ-ଲକୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । କୌଣସି ଦେବଦେବୀ ମନ୍ଦିର ସଂପର୍କରେ ନିଷ୍ପ ି ନିଆଯାଉଛି ତା, ପୂର୍ବରୁ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସୁରେଶ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ଏଥିପାଇଁ ସରକାର, ସେବାୟତ ଓ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରି ନିଷ୍ପତ୍ତି ନିଆଯାଉ ଏବଂ ବାଇ-ଲକୁ ପ୍ରତ୍ୟାହାର କରାଯାଉ । ଗଠନ ମୂଳକ କାର୍ଯ୍ୟରେ ରାଜ୍ୟ ସରକାରର ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଥିବା ଜଣାପଡିଛି ।





