ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ସାରା ଦେଶରେ ଲକ୍ଡାଉନ୍ ଥିବା ବେଳେ ଗୁଜୁରାଟର ସୁରଟ୍ ସହରରେ ଆଜି ସକାଳୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇ ଆସି ଭଙ୍ଗାରୁଜା, ପୋଡ଼ା ଜଳା କରିଛନ୍ତି । ବିଭିନ୍ନ ସେବା ଓ ସୁବିଧା ନମିଳିବା ତଥା ନିଜ ଅଂଚଳ ଓ ରାଜ୍ୟକୁ ଫେରିବା ନେଇ ସେମାନେ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନ ସମୟରେ ସେମାନେ ନିକଟରେ ଥିବା ଏକ ଟ୍ରକରେ ନିଆଁ ଲଗାଇବା ସହ ବିଭିନ୍ନ ସ୍ଥାନରେ ପୋଡ଼ଜଳା କରିଛନ୍ତି । ଏପରିକି ପରିବା ମାର୍କେଟରେ ପଶି ଏହି ଦାଦନ ଶ୍ରମିକମାନେ ଭଙ୍ଗାରୁଜା କରିଥିବା ଜଣାଯାଇଛି । ଏହାକୁ ନେଇ ପୁଲିସ ୬୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି । ଅନ୍ୟ ଏକ ପକ୍ଷରେ ଏକତ୍ରିତ ହୋଇ ଦଙ୍ଗା ସୃଷ୍ଟି କରିବା ଦେଶ ପାଇଁ କ୍ଷତି କାରକ ବୋଲି ଚର୍ଚ୍ଚା ହେଉଛି ।







