Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଏଦୀମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

by ସଞ୍ଜୟ ସ୍ୱାଇଁ
May 7, 2021
in NATIONAL NEWS, Nayagarh
କଏଦୀମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
265
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କରୋନାଭାଇରସର ଦ୍ଵିତୀୟ ଲହର ଦିନକୁ ଦିନ ଉଦବେଗଜନକ ହେଉଥିବା ବେଳେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ଜେଲରେ ସଂକ୍ରମଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ରାଜ୍ୟମାନଙ୍କୁ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ କହିଛନ୍ତି। ପ୍ରତ୍ୟେକ ରାଜ୍ୟରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ୟାନେଲକୁ ବନ୍ଦୀଙ୍କ ଶ୍ରେଣୀ ନିର୍ଣ୍ଣୟ କରିବାର ଦାୟିତ୍ୱ ଦିଆଯାଇଛି, ଯେଉଁମାନଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ। ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି ଯେ, କୋଭିଡ ପରିସ୍ଥିତି ଉଦବେଗଜନକ ହୋଇଥିବାରୁ ଆମକୁ ଜେଲଗୁଡିକୁ ଖାଲି କରିବାକୁ ପଡିବ। ଯେଉଁମାନଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ, ସେମାନଙ୍କୁ ମୁକ୍ତ କରାଯିବ |ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଅଧିକ ଥିବା ସମୟରେ ଜେଲରୁ କିଛି କଏଦୀଙ୍କୁ ମୁକ୍ତ କରାଯାଇଥିଲା | ଜେଲ ଭିତରେ ସଂକ୍ରମଣ ବଢିବା ପରେ ଏହି ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ | ସର୍ବୋଚ୍ଚ ଅଦାଲତର ନିର୍ଦ୍ଦେଶ ପରେ ଗତ ବର୍ଷ ମାର୍ଚ୍ଚରେ ପ୍ରାୟ ୪୫,୦୦୦ କଏଦୀଙ୍କୁ ମୁକ୍ତ କରାଯାଇଥିଲା। ପାରୋଲ ଅବଧି ଶେଷ ହେବା ପରେ ବନ୍ଦୀମାନେ ପୁଣି ଜେଲକୁ ଫେରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!