Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ: ଜୀବିକା ପାଇଁ ଜନସାଧାରଣଙ୍କୁ ଭେଟୁଥିବା ପେସାଧାରୀଙ୍କୁ ଟିକା ପ୍ରାଥମିକତା ମିଳିବ କି?

by ସଞ୍ଜୟ ସ୍ୱାଇଁ
March 19, 2021
in Feature News
ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ: ଜୀବିକା ପାଇଁ ଜନସାଧାରଣଙ୍କୁ ଭେଟୁଥିବା ପେସାଧାରୀଙ୍କୁ ଟିକା ପ୍ରାଥମିକତା ମିଳିବ କି?
111
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ନିଜର ପେଟପାଟଣା ପାଇଁ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ସରକାର କୋଭିଡ୍‌ ଟିକାକରଣ ପ୍ରାଥମିକତାରେ ସାମିଲ କରିବା ପାଇଁ କିଛି ବ୍ୟବସ୍ଥା କରିପାରିବେ କି ବୋଲି ଆଜି ଏକ ବିରଳ ପ୍ରଶ୍ନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଉତ୍ତର ରଖି ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ ସରକାର ସମ୍ପ୍ରତି ବିଶ୍ବସ୍ତରରେ ଗୃହୀତ ମାନଦଣ୍ଡ ଅନୁଯାୟୀ ସର୍ବାଧିକ ସଂକ୍ରମଣକ୍ଷମ ହିତାଧିକାରୀଙ୍କର ପ୍ରଥମେ ଟିକାକରଣ କରୁଛନ୍ତି। ଏଥିରେ ଅଧିକ ମୃତ୍ୟୁହାର ଆଶଙ୍କା ରହିଥିବା ବୟସ୍କ ଏବଂ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷ ଅନ୍ତର୍ଭୁକ୍ତ ହୋଇଛନ୍ତି। ତେଣୁ ଜଣେ ଅଶିକ୍ଷିତ ହେଉ ବା ବୈଜ୍ଞାନିକ ହେଉ, ବୟସକୁ ହିଁ ମାନଦଣ୍ଡ ନିଆଯାଇଛି। ଅପରପକ୍ଷେ, ବାସ୍ତବରେ ନିଜର ରୋଜଗାର ପାଇଁ ସର୍ବସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା ଓକିଲମାନଙ୍କର ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସେମାନଙ୍କୁ ଏ ଦିଗରେ ଆଶ୍ବାସନା ଦେବା ଉଚିତ ବୋଲି ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ପ୍ରସ୍ତାବ ରଖିଥିଲେ। ମାତ୍ର ଜଣେ ୩୫ ବର୍ଷୀୟ ଓକିଲ ଓ ଜଣେ ସମବୟସ୍କ ପରିବା ବିକାଳି ମଧ୍ୟରେ କିଏ ଅଧିକ ସଂକ୍ରମଣକ୍ଷଣ କିପରି ନିର୍ଦ୍ଧାରଣ କରିହେବ ବୋଲି ମେହଟା ପ୍ରଶ୍ନ କରିବା ସହ ଆଗକୁ ସାମ୍ବାଦିକମାନେ ମଧ୍ୟ ଅନୁରୂପ କାରଣ ପାଇଁ ପ୍ରାଥମିକତା ଦାବି କରିବେ ବୋଲି କହିଥିଲେ। ତେବେ ସର୍ବୋପରି ଜୀବିକା ନିର୍ବାହ ପାଇଁ ସାଧାରଣ ଲୋକଙ୍କ ସହ ନିହାତି ମିଶିବାକୁ ବାଧ୍ୟ ହେଉଥିବା ଲୋକଙ୍କ ପାଇଁ ସରକାର କିଛି କରିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ। ତେବେ ସଂପୃକ୍ତ ବର୍ଗ ଏଭଳି ପ୍ରାଥମିକତା ପାଇଁ ନିବେଦନ କରନ୍ତୁ। ସରକାରଙ୍କ ଟିକାକରଣ ଯୋଜନା କେବଳ ବିଶେଷଜ୍ଞମାନଙ୍କ ଦ୍ବାରା ପରିଚାଳିତ ହେଉଛି, ସେମାନେ ହିଁ ଯାହା କିଛି ନିର୍ଦ୍ଧାରଣ କରିବେ ବୋଲି ମେହଟା କହିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!