Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାରି ହେଲା ଗାଇଡଲାଇନ୍‌, ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ଜାରି ହେଲା ଗାଇଡଲାଇନ୍‌, ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ
120
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା) : ଦେଶରେ ହେଉଥିବା ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ। ଏହି ପ୍ରସଙ୍ଗକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିବା ସହ ଗାଇଡଲାଇନ୍ ଜାରି କରିଛନ୍ତି। ଶୁକ୍ରବାର ଦିନ ସୁପ୍ରିମକୋର୍ଟ ବାଲ୍ୟ ବିବାହକୁ ନେଇ ଦୃଢ଼ ମନ୍ତବ୍ୟ ଦେଇ କହିଛନ୍ତି ଯେ ବ୍ୟକ୍ତିଗତ ବିବାହ ମାଧ୍ୟମରେ ଶିଶୁ ବିବାହ ନିଷେଧ ଆଇନକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ସହ ଜଡିତ ବିବାହ ହେଉଛି ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ସ୍ୱତନ୍ତ୍ର ଇଚ୍ଛାଶକ୍ତିର ଉଲ୍ଲଂଘନ। ଏହାଦ୍ୱାରା ସେମାନଙ୍କ ପସନ୍ଦର ଜୀବନ ସାଥୀ ବାଛିବା ବିକଳ୍ପ ଶେଷ ହୋଇଯାଏ। ଏକ ଏନଜିଓ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଅଭିଯୋଗ ହୋଇଥିଲା ଯେ ରାଜ୍ୟ ସ୍ତରରେ ଶିଶୁ ବିବାହ ନିଷେଧ ଆଇନ ଠିକ୍ ଭାବେ କାର‌୍ୟ୍ୟକାରୀ ହେଉନାହିଁ, ଯେଉଁଥିପାଇଁ ବାଲ୍ୟ ବିବାହ ମାମଲା ବଢ଼ିବାରେ ଲାଗିଛି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଭାରତରେ ବାଲ୍ୟ ବିବାହ ନିବାରଣ ଆଇନକୁ କାର‌୍ୟ୍ୟକାରୀ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁଦ୍, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ବାଲ୍ୟ ବିବାହ ଉପରେ ଗାଇଡଲାଇନ୍ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ବାପା-ମା\’ଙ୍କ ଦ୍ୱାରା ନିଜର ନାବାଳକ ପୁଅ-ଝିଅଙ୍କର ବିବାହ କରାଇବା ପାଇଁ ନିର୍ବନ୍ଧ କରିଦିଆ ଯାଏ। ଏଭଳି କରିବା ସେମାନଙ୍କ ଜୀବନ ସାଥୀ ବାଛିବା ପାଇଁ ଥିବା ସ୍ୱାଧୀନ ଇଚ୍ଛାଶକ୍ତିର ଉଲ୍ଲଂଘନ ଅଟେ।\’ ଶୁଣାଣି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସହ କଥାବାର୍ତ୍ତା କରିବାକୁ କହିଛନ୍ତି ଏବଂ ବାଲ୍ୟ ବିବାହ ଉପରେ ନିଷେଧାଦେଶ ଲାଗୁ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ଜଣାଇବାକୁ କହିଛନ୍ତି। ବାଲ୍ୟ ବିବାହକୁ ରୋକିବା ଏବଂ ସମାଜରୁ ଏହାକୁ ମୂଳପୋଛ ସୁନିଶ୍ଚିତ କରିବା ପାଇଁ ବାଲ୍ୟ ବିବାହ ଆଇନ ୨୦୦୬ ପ୍ରଣୟନ କରାଯାଇଥିଲା।କର୍ତ୍ତୃପକ୍ଷ ଶିଶୁ ବିବାହ ରୋକିବା ଏବଂ ନାବାଳିକାଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ। ଏହା ଏକ ସାମାଜିକ ବ୍ୟାଧି। ଏହିପରି ଘୃଣ୍ୟ କାମରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବା ଉଚିତ। କୋର୍ଟ ଆହୁରି କହିଛନ୍ତି, ବାଲ୍ୟ ବିବାହ ରୋକିବା ପାଇଁ ସବୁଠାରୁ ଭଲ ଉପାୟ ହେଲା ପଛୁଆ ବର୍ଗ, ଶିକ୍ଷାର ଅଭାବ ଓ ଗରିବ ଶ୍ରେଣୀର ଝିଅମାନଙ୍କର କାଉନସଲିଂ କରିବା। ଏକ ବୃହତ ସାମାଜିକ ଢ଼ାଞ୍ଚାରୁ ଏହି ସମସ୍ୟାର ସମାଧାନ କରିବା ଉଚିତ ବୋଲି ସିଜେଆଇ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!