ନୟାଗଡ଼,(ବାଘୁଆବାର୍ତ୍ତା): ଧାନ କିଣାବିକାରେ ଅନିୟମିତା କରି ସମବାୟ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଖଣ୍ଡପଡା ବ୍ଳକ ଅଧିନ ବେଣାଗାଡିଆ ପଂଚାୟତର ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତିରେ ଧାନ କିଣାବିକା ଅନୀୟମିତତା ନେଇ ଗତ କିଛିଦିନ ତଳେ ଚାଷୀମାନେ ତାଲା ପକାଇ ଦେଇଥିଲେ । ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହାର ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ନେଇ ହୃଦୟଙ୍ଗମ କରିବା ପରେ ସମବାୟ ସମିତି ଦାୟିତ୍ୱରେ ଥିବା କର୍ମଚାରୀ ଗଦାଧର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।





