Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭ବର୍ଷର ଫ୍ଲୋରିନା ବାଜି ମାରିନେଲେ ୧୫ଲକ୍ଷ ଟଙ୍କା

by ସଞ୍ଜୟ ସ୍ୱାଇଁ
October 10, 2021
in State
୭ବର୍ଷର ଫ୍ଲୋରିନା ବାଜି ମାରିନେଲେ ୧୫ଲକ୍ଷ ଟଙ୍କା
121
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସୁପର ଡ୍ୟାନ୍ସର-୪ରେ ବାଜି ମାରିଲେ । ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ପୁରଷ୍କାର ପାଇଲେ ୭ବର୍ଷ ଫ୍ଲୋରିନା । ତାଙ୍କ ଘର ଆସାମର ଜୋରହାଟ୍ରେ। ଏହି ଶୋ’ରେ ତାଙ୍କର ମେଣ୍ଟର ସାଜିଥିଲେ କୋରିଓଗ୍ରାଫର ତୁଷାର ଶେଟ୍ଟୀ। ତୁଷାରଙ୍କ ସହିତ ଫ୍ଲୋରିନା ଉଠାଇଥିଲେ ‘ସୁପର ଡ୍ୟାନ୍ସର-ଚାପ୍ଟର ୪’ ଟ୍ରଫି। ତୁଷାରଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ‘ସୁପର ଡ୍ୟାନ୍ସର-ଚାପ୍ଟର ୪’ର ଟ୍ରଫି ଜିତିବା ପରେ ଫ୍ଲୋରିନା କହିଥିଲେ ଯେ ସେ କେବେ ବି ଏହାକୁ ଜିତିବେ ବୋଲି ଭାବି ନଥିଲେ। ସେ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଟ୍ରଫି ଜିତି ସେ ଖୁବ୍ ଖୁସି ଥିବା କହିଥିଲେ। ସେହିଭଳି ତାଙ୍କ ମେଣ୍ଟର ତଥା କୋରିଓଗ୍ରାଫର ତୁଷାର ଶେଟ୍ଟୀ କହିଥିଲେ, ସତ କହିବାକୁ ଗଲେ କେବେ ବି ଜିତିବୁ ବୋଲି ଭାବି ନଥିଲୁ। ଏହି ଶୋ’ରେ ଲୋକେ ଆମକୁ ଖୁବ୍ ସମର୍ଥନ କରିଛନ୍ତି। ଆମ ଯୋଡ଼ିକୁ ଲୋକେ ପସନ୍ଦ କରିଛନ୍ତି। ସେମାନେ ଆମକୁ ‘ଫ୍ଲୋତୁସ୍’ ନାଁ ଦେଇଛନ୍ତି। ଯେତେବେଳେ ଫ୍ଲୋରିନା ବେଶ୍ କିଛି ସମୟ ଧରି ସବୁଠୁ ଅଧିକ ଭୋଟ୍ ପାଇ ଚାଲିଲେ, ସେତେବେଳେ ଆମେ ଫାଇନାଲ୍ରେ ପହଞ୍ଚିଯିବୁ ବୋଲି ମୁଁ ଭାବିଥିଲି। ଆମକୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିଛି। ଜିତିବା ପରେ ଲାଗୁଛି ଯେ ଆମକୁ ଆମ ୮/୯ ମାସର କଠିନ ପରିଶ୍ରମର ଫଳ ମିଳିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!