Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୀଘ୍ର ପୃଥିବୀପୃଷ୍ଟକୁ ଫେରିବେ ସୁନୀତା ୱିଲିୟମ୍ସ

by ସଞ୍ଜୟ ସ୍ୱାଇଁ
March 15, 2025
in NATIONAL NEWS, WORLD
ଶୀଘ୍ର ପୃଥିବୀପୃଷ୍ଟକୁ ଫେରିବେ ସୁନୀତା ୱିଲିୟମ୍ସ
15
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଖୁବ୍ ଶୀଘ୍ର ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ । ସୁନିତା ୱିଲିୟମ୍ସ ଓ ବଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍‌ଏକ୍ସ କ୍ରୁ-୧୦ ମିଶନ ଲଞ୍ଚ କରିଛି । ଫାଲକନ୍-୯ ରକେଟ୍ ମାଧ୍ୟମରେ କ୍ରୁ-୧୦ ମିଶନ ଉତ୍‌କ୍ଷେପଣ କରାଯାଇଛି । ଭୋର ୪ଟା ୩୩ ମିନିଟ୍‌ରେ କେନେଡି ସ୍ପେସ୍ ସେଣ୍ଟରରୁ ଏହି ରକେଟ୍ ଉତ୍‌କ୍ଷେପଣ ହୋଇଛି। ଚଳିତ ମାସ ୧୯ ସୁଦ୍ଧା ମହାକାଶରୁ ଫେରିବେ ସୁନିତା । ନାସାର ଦୁଇ ମହାକାଶଚାରୀଙ୍କୁ ପୃଥିବୀପୃଷ୍ଠକୁ ଆସନ୍ତା ସପ୍ତାହରେ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି । ନାସାର ୪ ଜଣ ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନ୍, ନିକୋଲ ଆୟେର୍ସ, ତାକୁୟା ଓନିଶି ଏବଂ କିରିଲ ପେସ୍‌କୋଭ୍ ଏହି ଫାଲକନ-୯ ରକେଟ ସାହାଯ୍ୟରେ ମହାକାଶକୁ ଯାତ୍ରା କରିଛନ୍ତି । ଏମାନଙ୍କୁ ଆଇଏସ୍‌ଏସ୍‌ରେ ଛାଡିବା ପରେ ରକେଟ୍ ସୁନିତା ଓ ୱିଲମୋରଙ୍କୁ ନେଇ ମାର୍ଚ୍ଚ ୧୯ ସୁଦ୍ଧା ପୃଥିବୀପୃଷ୍ଠକୁ ଫେରିବ ବୋଲି ନାସା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ସୁନିତା ଏବଂ ୱିଲମୋର ଗତବର୍ଷ ଜୁନ୍‌ରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ । ଆଇଏସ୍‌ଏସ୍‌ରେ ୭ ଦିନ ରହିବା ପରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ସ୍ଥିର ହୋଇଥିଲା । ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ନାସା ବୈଜ୍ଞାନିକମାନେ ସୁନିତା ଏବଂ ୱିଲମୋରଙ୍କ ଫେରିବା ଯାତ୍ରାକୁ ସ୍ଥଗିତ ରଖିଥିଲେ । ଫଳରେ କିଛି ଦିନ ବ୍ୟବଧାନରେ ଦୁଇ ମହାକାଶଚାରୀଙ୍କୁ ସାଙ୍ଗରେ ନଆଣି ଷ୍ଟାରଲାଇନର ପୃଥିବୀପୃଷ୍ଠକୁ ଫେରିଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!