ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ମାତିଛନ୍ତି ଲୁଟେରା । ମା’-ପୁଅଙ୍କ ମୁଣ୍ଡରେ ବନ୍ଧୁ ଲଗାଇ ଘରୁ ଲୁଟିନେଲେ ସୁନା ଅଳଙ୍କାର ସହ ନଗଦ ଟଙ୍କା । ସୁନ୍ଦରଗଡ ରାଜଗାଙ୍ଗପୁର ଥାନା କାସବାହଲ ନିୟୁ LNT କଲୋନୀରେ ଲୁଟ୍ ହୋଇଛି । ରବୀନ୍ଦ୍ର ନାଏକଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା । ପୋଲିସ ଘଟଣାର ଛାନଭିନ କରୁଛି । କିଛିଦିନ ତଳେ ସୁନ୍ଦରଗଡ ହେମଗିରି ଅଞ୍ଚଳରରୁ ହୋଇଥିଲା ଏକ ବଡ ଧରଣର ଲୁଟ୍ । ପରିବାରର ସମସ୍ତଙ୍କୁ ଘରେ ବାନ୍ଧି ଲୁଟ କରିଥିଲେ ଲୁଟେରା । ଏପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କୁ ଧରି ନଥିବା ବେଳେ ପୁଣି ଏହିଭଳି ଘଟଣା ଘଟିଛି । ତେବେ କେବେ ପୋଲିସ ଏହି ଲୁଟେରାଙ୍କୁ ଧରିବ ସାଧାରଣରେ ପ୍ରଶ୍ନ ଉଠିଛି ।





