Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତା ୧୦ ତାରିଖ ଯାଏ ପାଗ ମୁଖ୍ୟତଃ ଖରାଟିଆ ରହିବ

by ସଞ୍ଜୟ ସ୍ୱାଇଁ
October 2, 2021
in State
ଆସନ୍ତା ୧୦ ତାରିଖ ଯାଏ ପାଗ ମୁଖ୍ୟତଃ ଖରାଟିଆ ରହିବ
59
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏବେ ବିଶେଷ ବର୍ଷା ନାହିଁ । କାଁ ଭାଁ ବର୍ଷା ହୋଇପାରେ । ଆସନ୍ତା ୧୦ ତାରିଖ ଯାଏ ପାଗ ମୁଖ୍ୟତଃ ଖରାଟିଆ ରହିବ । ତେବେ ଦୁର୍ଗା ପୂଜା ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନାରେ ବର୍ଷା ହୋଇପାରେ । ପ୍ରବଳ ନ ହେଲେ ବି ମହାଷ୍ଟମୀକୁ ଭିଜାଇପାରେ ବର୍ଷା । ଦଶହରା ପରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ମଧ୍ୟ ରହିଛି । କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଏବେ ଝାଡ଼ଖଣ୍ଡ ଓ ବିହାର ଉପରେ ଯେଉଁ ଲଘୁଚାପ ଅଛି,ତା’ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ସେହିପରି ତାମିଲନାଡ଼ୁ ଉପକୂଳରେ ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ବି ତାମିଲନାଡ଼ୁ, କର୍ଣ୍ଣାଟକ ଡେଇଁ ଆରବସାଗରକୁ ମୁହାଁଇବ । ତେବେ ଆସନ୍ତା ୭ ତାରିଖବେଳକୁ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ୮ ତାରିଖବେଳକୁ ବଙ୍ଗୋପସାଗରରେ ପହଞ୍ଚିବ । ହେଲେ ଏହା ବିଶେଷ ଘନୀଭୂତ ହେବା ସମ୍ଭାବନା କମ୍‌ । ୧୧ ତାରିଖବେଳକୁ ଓଡ଼ିଶାରେ ଏହାର ପ୍ରଭାବ ଆରମ୍ଭ ହେବ । ୧୨ ଓ ୧୩ରେ ପ୍ରଭାବ ଅଧିକ ରହିବ । ମାତ୍ର ବିଶେଷ ବର୍ଷା ସମ୍ଭାବନା କମ୍‌ । ଅର୍ଥାତ୍‌ ଅଷ୍ଟମୀ ପାର୍ବଣରେ ବର୍ଷା ହୋଇପାରେ । ଏହାପରେ ପୁଣି ୧୫ କିମ୍ବା ୧୬ ତାରିଖବେଳକୁ ମିଆଁମାରର ଦକ୍ଷିଣ ଉପକୂଳ ପଟୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅଧିକ ଘନୀଭୂତ ହେବ କି ନାହିଁ? କେଉଁ ଦିଗରେ ଗତି କରିବ? ଏବେଠାରୁ ଆକଳନ କରିହେବନି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!