ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମାର୍ଚ୍ଚ ମାସ ଆରମ୍ଭରୁ ହେଲାଣି ଭୀଷଣ ଖରା । ଏହା ମାର୍ଚ୍ଚ ଆରମ୍ଭରୁ ମେ ମାସ ପର୍ଯ୍ୟନ୍ତ ରହିବା ନେଇ ଜଣାପଡିଛି । ତେବେ ଦିନରେ ତାପାମାତ୍ରା ୫ଂ ବଢିବ! ତେଣୁ ଆଗାମୀ ୨୪ଘଣ୍ଟା ଭିତରେ ରାଜ୍ୟର ହୁ ହୁ ହୋଇ ବଢିବ ଖରା । ଏନେଇ ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ମିଳିଛି । କିଛି ଜିଲ୍ଲାରେ ଦିନର ତାପାମାତ୍ରା ୫ଂ ବଢିବା ନେଇ ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଅନୁଗୁଳ, କଟକ, ନୟାଗଡ଼, ବୌଦ୍ଧ, କେନ୍ଦୁଝର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ । ତେଣୁ ଏହି ଜିଲ୍ଲା ଗୁଡିକରେ ଜନସାଧାରଣମାନେ ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବ ର୍ମାନ ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେଉଛି । ଏବଂ ପୂର୍ବ ଛତିଶଗଡ଼, ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ଖରା ବେହ । ତେଣୁ ସ୍ୱାଭାବିକ ସର୍ବୋଚ୍ଚ ଠାରୁ ତାପମାତ୍ରା ଅଧିକ ରହିବ ବୋଲି ସୂଚନା ମିଳିଛି ।





