Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଦ୍ରକରେ ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଉଦଘାଟିତ

by ସଞ୍ଜୟ ସ୍ୱାଇଁ
June 2, 2025
in State
ଭଦ୍ରକରେ ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଉଦଘାଟିତ
45
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍, ଜିଲ୍ଲା ପ୍ରଶାସନ ଓ ଓଡିଶା କ୍ରିକେଟ୍ ଆସୋସିଏସନ୍ ର ମିଳିତ ସହଯୋଗରେ ଆୟୋଜିତ, ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଜୁନ୍ ୨ ତାରିଖ, ସୋମବାର, ସକାଳ ୮ଟା ବେଳେ ରେଳବାଇ କ୍ରୀଡାଙ୍ଗନରେ ଉଦଘାଟିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି, ବାସୁଦେବପୁର ଓ ଭଦ୍ରକ ପ୍ରଭୃତି ବ୍ଲକ ରୁ ମୋଟ ୧୦୭ ଜଣ କିଶୋର କ୍ରିକେଟର୍ ୧୫ ବର୍ଷରୁ କମ୍ ଓ ୧୨ ବର୍ଷରୁ କମ୍ ବାଳକ ବିଭାଗରେ ଯୋଗ ଦେଇଛନ୍ତି। ଓଡିଶା କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭି. ଭେଙ୍କଟରାମ୍, ପୂର୍ବତନ ଭାରତ-ଏ ଖ୍ୟାତି ସମ୍ପର୍ଣ୍ଣ କ୍ରିକେଟର୍ ସଞ୍ଜୟ ସତପଥୀ, ପୂର୍ବତନ ଓଡିଶା ରଣଜୀ କ୍ରିକେଟର୍ ଦେବଦତ୍ତ ଲେଙ୍କା, ଟିମ୍ ଓଡ଼ିଶାର କୋଚ୍ କେ.ଭି.ପ୍ରସାଦ, ଓସିଏ ସଂଯୋଜକ ଅଭିଳାଷ ହରିଚନ୍ଦନ, ପ୍ରଶିକ୍ଷଣ ଦାୟିତ୍ବ ଗ୍ରହଣ କରିଥିବା ବେଳେ, ଭଦ୍ରକ ଜିଲ୍ଲାର ତିନି ପ୍ରମୁଖ ପ୍ରଶିକ୍ଷକ, ଚନ୍ଦନ ନାୟକ, ଅସୀତ ଦାସ ଓ ରାଜେଶ ନାୟକ ସହଯୋଗୀ ପ୍ରଶିକ୍ଷକ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି। କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତିଙ୍କ ନେତୃତ୍ବରେ ଗଠିତ ଶିବିର ପରିଚାଳନା କମିଟିରେ ରବିନାରାୟଣ ଓଝା, ଶମ୍ଭୁ ଜେନା ଓ ସଂଗ୍ରାମୀ ଦେବୀଦତ୍ତ ନାୟକ ସଦସ୍ୟ ଅଛନ୍ତି। ଏହି ସପ୍ତଦିବସୀୟ ଶିବିର ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଯୋଗ୍ୟ ଯେ ଏହି ଶିବିର କାଳରେ ପ୍ରତ୍ୟେକ କିଶୋର କ୍ରିକେଟର୍ ମାନଙ୍କ ପ୍ରତିଭା ଓ ପ୍ରଦର୍ଶନର ମୂଲ୍ୟାୟନ କରାଯିବ ଓ ପିତାମାତାଙ୍କ ସମ୍ମତି ଥିଲେ ସୁନିର୍ବାଚିତ କିଶୋର ମାନଙ୍କ ପାଇଁ କଟକ ସ୍ଥିତ ସ୍କୁଲ ମାନଙ୍କରେ ଅଧ୍ୟୟନ ବ୍ୟବସ୍ଥା ସହିତ ଓଡିଶା କ୍ରିକେଟ୍ ଏକାଡେମୀରେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ। ଅଧ୍ୟୟନ ଓ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଇଁ କୌଣସି ଶୁଳ୍କ ଦେବାପାଇଁ ପଡିବ ନାହିଁ।ସୋମବାର ସକାଳ ୮ ଟା ବେଳେ ଏହି ଶିବିର ଉଦଘାଟିତ ହୋଇଥିଲା।

ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ବିଜୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ଧୀରେନ୍ ପଲାଇ ଏ ଶିବିର ଆୟୋଜନ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ଭଦ୍ରକ ପ୍ରତି ସ୍ବତନ୍ତ୍ର ଅନୁରାଗ ଓ ଅନୁକମ୍ପା ପାଇଁ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ନିକଟରେ ଆସୋସିଏସନ୍ ତରଫରୁ କୃତଜ୍ଞତା ଅର୍ପଣ କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ଭେଙ୍କଟରାମ୍ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ନିଜର ଚଳଚଞ୍ଚଳତା ହେତୁ ସାରା ଓଡ଼ିଶାରେ ପ୍ରଂଶସା ସାଉଁଟୁଛି ବୋଲି ମନ୍ତବ୍ୟ ଦେବା ସହ ଶିବିରାର୍ଥୀ ମାନଙ୍କ ପାଇଁ ଅନେକ ମୂଲ୍ୟବାନ ବିନ୍ଦୁର ଅବତାରଣା କରିଥିଲେ। ଅନ୍ୟତମ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ କୁମାର ମହାନ୍ତି କ୍ରିକେଟ୍ ସମେତ ଅନ୍ୟ ସମସ୍ତ କ୍ରୀଡାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହାୟତା ଓ ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ ବୋଲି ମନ୍ତବ୍ୟ ଦେଇଥିଲେ। ବରିଷ୍ଠ ଅଧିବକ୍ତା ତଥା ପତ୍ରକାର, ରୋଟାରୀୟାନ୍ ଅତିଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆସୋସିଏସନ୍ ର ଯୁଗ୍ମ ସମ୍ପାଦକ ସୁଦାମ ନାୟକ ଓ ସଦସ୍ୟ ସୁଶୀଲ ପଟ୍ଟନାୟକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!