ଭୁବନେଶ୍ୱର (ବାଘୁଆବାର୍ତ୍ତା) କରୋନା ମହାମାରୀ ନେଲାଣି ଅନେକ ଜୀବନ । ଏହି ମହାମାରୀରେ ବହୁ ସାମ୍ବାଦିକଙ୍କ ପ୍ରାଣ ଗଲାଣି । କରୋନା ନେଲା ଆଉ ଏକ ଅମୂଲ୍ୟ ଜୀବନ । ମହାମାରୀ ବିରୋଧରେ ଲଢ଼େଇ କରି କରି ହାରିଗଲା ମଣିଷ । ଖବର ପ୍ରସାରଣ ପାଇଁ ଫଟୋ ଓ ଭିଡିଓ ତୋଳି ଧରୁଥିବା ମଣିଷ ନିଜେ ଫଟୋ ହୋଇଯାଇଛନ୍ତି ଏବଂ ଖବର ପାଲଟି ଯାଇଛନ୍ତି । ଗଣମାଧ୍ୟମ ଜଗତର ଆଉ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି କରୋନା । ରାଉରକେଲାର କନକ ନ୍ୟୁଜ କ୍ୟାମେରା ମ୍ୟାନ ସୁମନ୍ତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ରାଉରକେଲା ହାଇଟେକ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ମାତ୍ର ୫୦ ବର୍ଷ ବୟସରେ ସୁମନ୍ତଙ୍କର ଦେହାନ୍ତ ହୋଇଛି ।






