Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୁଖିଲା ଓ ସଫା ଧାନ ଦିଅନ୍ତୁ, ଅଧିକ ଅର୍ଥ ପାଆନ୍ତୁ : ଜିଲ୍ଲାପାଳ

by ସଞ୍ଜୟ ସ୍ୱାଇଁ
November 29, 2019
in Nayagarh, State
26
VIEWS
Share on FacebookShare on Twitter

ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦଘାଟିତ

ନୟାଗଡ଼, (ବାଘୁଆବାର୍ତ୍ତା) : ଯୋଗାଣ ବିଭାଗ ପକ୍ଷରୁ ସରକାରୀ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ପୋମା ଟୁଡୁ ବଜାର ନିୟନ୍ତ୍ରଣ କମିଟି ସଂପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାଶ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ କ୍ରମେ ଏବର୍ଷ ନଭେମ୍ବର ମାସରୁ ସମସ୍ତ ଜିଲ୍ଲାରେ ଧାନ ମଣ୍ଡି ଉଦଘାଟନ କରାଯାଇଛି । ସେହିପରି ଭାବେ ନୟାଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡିକୁ ଉଦଘାଟନ କରାଯାଇଛି । ଏବର୍ଷ ବର୍ତ୍ତମାନ ଯାଉଁ ୪୦ ହଜାର ୮୦୧ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ନାମ ପଂଜିକରଣ କରିଛନ୍ତି । ଚାଷୀଙ୍କଠାରୁ ଏବର୍ଷ ୧୦ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ସରକାରଙ୍କ ନିୟମ ଅନୁସାରେ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୧୮୧୫ ଟଙ୍କା ଥିବା ବେଳେ ଏ ଗ୍ରେଡ ଧାନ ପାଇଁ ୧୮୩୫ ଟଙ୍କା ମୁଲ୍ୟ ରହିଥିବା ଜଣାପଡ଼ିଛି । ଏବର୍ଷ ଜିଲ୍ଲାରେ ୧୫୯ ଟି ମଣ୍ଡି ଖୋଲା ଯିବାର ବ୍ୟବସ୍ଥା କରାଯାଇଛି । ଡିସେମ୍ବର ମାସ ୧୮ ତାରିଖରୁ ଧାନ କିଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ମୁଖ୍ୟତଃ ରାଜ୍ୟ ସରକାରଙ୍କ ନିୟମନୁସାରେ ଟୋକନ କାଟିଥିବା ଚାଷୀମାନେ ଧାନ ବିକ୍ରୟ କରି ପାରିବେ ବୋଲି ଜଣାପଡ଼ିଛି । ଏହି ପ୍ରରିପେକ୍ଷିରେ ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ବିନା ଟୋକନରେ ଧାନ କିଣାଯାଇ ପାରିବ ନାହିଁ ବୋଲି କହିବା ସହ ଚାଷୀମାନଙ୍କୁ ଉପଦେଶ ଦେଇ ସଫା ଓ ଶୁଖିଲା ଧାନ ବିକ୍ରି କରି ଅଧିକ ଅର୍ଥ ପାଇପାରିବେ ବୋଲି କହିଥିଲେ । ଏଥିନିମନ୍ତେ ଗ୍ରାମାଞ୍ଚଳ ସ୍ତରରେ ପ୍ରଚାର ଓ ପ୍ରସାର ବ୍ୟାପକ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!