ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ସମ୍ମୁଖରେ ଥିବା ଏକ ଦୋକାନରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉକ୍ତ ଯୁବକ ପ୍ରଥମେ ଏକ ହୋଟେଲ କରିଥିବା ବେଳେ ଏବେ ପାନ ଦୋକାନ କରିଥିଲେ। ଆଜି ତାଙ୍କର ଶବ ଦୋକାନ ଭିତରେ ପଡ଼ି ରହିଥିବା ବେଳେ ସେ ହାତକାଟି ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଛି। ମୃତ ବ୍ୟକ୍ତିଙ୍କ ନାମ ଶରତ ବୋଲି ଜଣା ଯାଇଛି।





