ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ମହାବିଦ୍ୟାଳୟ ପଛପାର୍ଶ୍ୱରେ ଥିବା ଏକ ଗଛରେ ଏକ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଶରଣକୁଳ ପୋଲିସ । ଖବର ଲେଖାହେବା ଆତ୍ମହତ୍ୟାର କାରଣ ଜଣାପଡ଼ିନଥିଲେ ମଧ୍ୟ ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ଶରଣକୁଳ ଗ୍ରାମ ସୁଆରସାହିର ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କ ପୁଅ ପିଙ୍କୁ ପରିଡା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଶରଣକୁଳ ପୋଲିସ ପହଁଚି ଅନୁଧ୍ୟାନ ଜାରି ରଖିଛି ।






