ଓଡ଼ଗାଁ,(ବାଘୁଆବାର୍ତ୍ତା): ଗତକାଲି ସନ୍ଧ୍ୟା ସମୟରେ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ପିଠା ହରିଜନ ସାହିର ଜଣେ ଯୁବକ ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକଜଣଙ୍କ ମିଥୁନ ପଟ୍ଟନାୟକ ବୟସ ୩୫ ଅଟେ।ଗତକାଲି ସନ୍ଧ୍ୟା ସମୟରେ ଘରୋଇ ପାରିବାରିକ କଳହ କେନ୍ଦ୍ର କରି ଓଢ଼ଣୀ ମାଧ୍ୟମରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଅଛି ।ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ହେତୁ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଅଛି ।ଓଡ଼ଗାଁ ଆଦର୍ଶଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।୧୨/୨୧ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଚାଲିଥିବା ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।






