ନୟାଗଡ଼,(ବାଘୁଆବାର୍ତ୍ତା): ଭୁବନେଶ୍ୱର ଚନ୍ଦକାଥାନା ଅଧିନରେ ଘଟିଛି ଅଭାବନୀୟ ଅଘଟଣ । ଚନ୍ଦକା ଥାନା ଅନ୍ତର୍ଗତ ବିଞ୍ଝଗିରି ଅଞ୍ଚଳରେ ଜଣେ ମହିଳା ତା’ର ୩ଶିଶୁକୁ ବିଷ ଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଥିମଧ୍ୟରୁ ୨ଜଣ ପୁତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନନ୍ତରିତ ହୋଇଛି । ମାଆ କ୍ୟାପିଟାଲ ମେଡିକାଲେ ଚିକିତ୍ସିତ ହେଉଛନ୍ତି । କେଉଁ କାରଣକୁ ଏଭଳି ଘଟଣା ଘଟିଲା କାରଣ ଅସ୍ପଟ ଅଛି । ଚନ୍ଦକା ଥାନା ପକ୍ଷରୁ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।






