ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ସୁବର୍ଣ୍ଣପୁର ଜିଲ୍ଲା ହିକୁଡି ଫାଣ୍ଡି ଅନ୍ତର୍ଗତ ହିକୁଡି ଗାଁରେ ଅଭାବନୀୟ ଘଟଣା । ନିଜ ଘର ଭିତରେ ବେକରେ ବେଡସିଟ୍ ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଯୁବକ ଜଣଙ୍କ ହେଉଛନ୍ତି ଦିଲ୍ଲୀପ ଗୁରୁ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦିଲ୍ଲୀପ ଗୁରୁ ଆତ୍ମହତ୍ୟା କରିବା ପୂର୍ବରୁ ବାପା ଓ ସ୍ତ୍ରୀକୁ ଆକ୍ରମଣ ଉଦ୍ୟମ କରିଥିବା ସୂଚନା ମିଳିଛି । ଫଳରେ ଦିଲ୍ଲୀପଙ୍କ ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ହିକୁଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ହିକୁଡି ଥାନାରେ କେସ୍ ନମ୍ବର ୧୦/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଯୁବକଙ୍କ ମାନସିକ ସ୍ଥିତି ଠିକ୍ ନଥିବା ସୂଚନା ମିଳିଛି।





