ନୟାଗଡ଼,(ବାଘୁଆବାର୍ତ୍ତା): ନିର୍ବନ୍ଧ ସରିଥିଲା ଆଉ ଦୁଇମାସ ପରେ ବାହାଘର ହୋଇଥାନ୍ତା । ବାହାଘର ପୂର୍ବରୁ ଆଜି ଯୁବକ ଜଣକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ଗାଁରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସୂଚନାନୁସାରେ, ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବୁରୋଭାଡ଼ି ଗାଁର ସଚ୍ଚିଦାନନ୍ଦ ମାଝି ଆଜି ନିଜ ବିଲରେ ଥିବା ପଳାସ ଗଛରେ ଗାମୁଛା ଲଗାଇ ଆତ୍ମାହତ୍ୟା କରିଥିବା ଜଣାପଡିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ôଚଥିଲା । ଶବ ଜବତ କରିବା ସହି ଶବ ବେବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ସଚ୍ଚିଦାନନ୍ଦ ଆତ୍ମହତ୍ୟା କରିଥିବା ସଂପର୍କରେ ପରିବାର ଲୋକ ପାଟି ଖୋଲି ନଥିବା ବେଳେ ସଚ୍ଚିଦାନନ୍ଦ ଆତ୍ମହତ୍ୟାର ରହସ୍ୟ ଜଣାପଡିନାହିଁ । ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା ଜଣାପଡିଛି ।