Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ଲାକମେଲିଙ୍ଗର ଶିକାର ସୋନାଲିକା ଆତ୍ମହତ୍ୟା ଘଟଣା, ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ପରିବାର ଓ ଗ୍ରାମବାସୀ

by ସଞ୍ଜୟ ସ୍ୱାଇଁ
September 18, 2023
in Crime, Nayagarh, State
ବ୍ଲାକମେଲିଙ୍ଗର ଶିକାର ସୋନାଲିକା ଆତ୍ମହତ୍ୟା ଘଟଣା, ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ପରିବାର ଓ ଗ୍ରାମବାସୀ
603
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଇଟାମାଟି ଥାନା ଅଞ୍ଚଳରେ ଅଘଟଣ । ଏକ ତରଫା ପ୍ରେମର କରୁଣ ପରିଣତିରେ ଫସିଯାଇଥିଲେ କଲେଜ ଛାତ୍ରୀ । ନିରୁପାୟ ହୋଇ ଶେଷରେ ଜୀବନ ହାରିଲେ କଲେଜ ଛାତ୍ରୀ ସୋନାଲିକା । ବୟଫ୍ରେଣ୍ଡ ବ୍ଲାକ୍ ମେଲିଙ୍ଗ କରିବାରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଇଟାମାଟି ଥାନା ଗୋବିନ୍ଦପୁର ଗାଁରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କର ସରଳତାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଫଟୋ ଦ୍ଵାରା ବ୍ଲାକ୍ ମେଲିଙ୍ଗ କରିବାରୁ ନିର‌୍ୟ୍ୟାତନା ସହି ନ ପାରି ଘରେ ଛାତ୍ରୀ ଜଣଙ୍କ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଇଟାମାଟି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଇଟାମାଟି ଥାନା ଗୋବିନ୍ଦପୁର ଗାଁ କୁଳମଣି ରାଉତଙ୍କ ଝିଅ ସୋନାଲିକା ରାଉତ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ +୩ କଳା ରେ ପାଠ ପଢ଼ୁଥିବା ବେଳେ ବୋଦାପଡା ଗାଁ ର ଯୁବକ ନିରଞ୍ଜନ ପରିଡାଙ୍କ ସହ ସମ୍ପର୍କରେ ଆସିଥିଲେ। ସୋନାଲିକା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ନିରଞ୍ଜନ ପରିଡା ତାଙ୍କର ସରଳତାର ସୁଯୋଗ ନେଇ ଫଟୋ ଉଠାଇ ଫଟୋ ସହ ନିଜର ଫଟୋ ଯୋଡି ବ୍ଲାକ୍ ମେଲିଙ୍ଗ କରିଥିବା ସୋନାଲିକା ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସୋନାଲିକା ନିକଟରେ ପୋଷ୍ଟ ମାଷ୍ଟର ପାଇଁ ନିଯୁକ୍ତି ପାଇଥିବା ବେଳେ ସୋନାଲିକାଙ୍କୁ ବିବାହ କରିବା ପାଇଁ ନିରଞ୍ଜନ କହିଥିଲା। ବିବାହ ପ୍ରସ୍ତାବରେ ସୋନାଲିକା ରାଜି ନ ହେବାରୁ ଏକ ତରଫା ଭଲ ପାଉଥିବା ନିରଞ୍ଜନ ଏକ ମାସ ହେଲା ସୋନାଲିକାଙ୍କୁ ବାରମ୍ବାର ଫୋନ କରି ବିଭିନ୍ନ ପ୍ରକାର ଧମକ ଦେବା ସହ ଫଟୋ ଦେଖାଇ ବ୍ଲାକ୍ ମେଲିଙ୍ଗ କରୁଥିବା ଅଭିଯୋଗ ହୋଇଛି। ନିରଞ୍ଜନ ସୋନାଲିକାଙ୍କୁ ବାରମ୍ବାର ଫୋନ କରି ଧମକ ଦେବାରୁ ନିର‌୍ୟ୍ୟାତନା ସହି ନପାରି ସୋନାଲିକା ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି। ସେପଟେ ଅଭିଯୋଗ ପାଇଁ ଇଟାମାଟି ଥାନା ପୁଲିସ ସୋନାଲିକାଙ୍କ ମୃତ ଦେହକୁ ଜବତ୍ କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୋନାଲିକା ମୃତ୍ୟୁ ପଛରେ ବୟଫ୍ରେଣ୍ଡ ନିରଞ୍ଜନ ଙ୍କ ସମ୍ପୃକ୍ତି ରହିଥିବା ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିବାରୁ ଇଟାମାଟି ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛି। ଆଜି ଅପରାହ୍ନରେ ପରିବାର ଲୋକଙ୍କ ସହ ଗୋବିନ୍ଦପୁରର ଗ୍ରାମବାସୀ ମିଳିତ ଭାବେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ୟଙ୍କୁ ନ୍ୟାୟ ପାଇଁ ଭେଟିଛନ୍ତି । ୪ ଦିନ ମଧ୍ୟରେ ଦୋଷୀକୁ ଧରା ଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି ବୋଲି ପରିବାର ବର୍ଗ ଓ ଗ୍ରାମବାସୀଙ୍କ ସୁତ୍ରରୁ ଜଣା ପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!