ବାଲେଶ୍ବର, (ବାଘୁଆବାର୍ତ୍ତା): ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା । ବାଲେଶ୍ବର ଜିଲ୍ଲା ସିମୁଳିଆ ସ୍ଥିତ ସରକାରୀ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗୁରୁବାର ଅଫିସ୍ ଆସି ମାତ୍ର କିଛି ସମୟ କାର୍ଯ୍ୟ କରିଥିଲେ ବିଶ୍ବରଞ୍ଜନ । ପରେ ସରକାରୀ ବାସଭବନରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି l ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ଓ ତହସିଲଦାର ପହଞ୍ଚିଛନ୍ତି । ସୂଚନାଯୋଗ୍ୟ ଯେ, ଜିଲ୍ଲାରୁ ଭିଡିଓ କନଫରେନ୍ସିଂରେ ଯୋଗ ନଦେବାରୁ ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଖୋଜା ପଡିଥିଲା l ସେତେବେଳେ କର୍ମଚାରୀମାନେ ଖୋଜି ଖୋଜି ତାଙ୍କ ସରକାରୀ ବାସଭବନ ଭିତର ପଟୁ କବାଟ ଦିଆଯାଇଥିବା ଦେଖିଥିଲେ l ବିଡ଼ିଓ ବିଶ୍ୱରଞ୍ଜନଙ୍କୁ ଡାକିବାରୁ ସେ ଶୁଣିନଥିଲେ । ଫଳରେ କବାଟ ଭାଙ୍ଗି ତାଙ୍କୁ ମୃତ ଅବସ୍ଥାରେ ଝୁଲୁଥିବାର ଦେଖିଥିଲେ l ପରେ ଜିଲ୍ଲା ପ୍ରଶାସନ ଓ ସିମୁଳିଆ ପୋଲିସକୁ ଖବର ଦେଇଥିଲେ l ବର୍ତ୍ତମାନ ଘଟଣାସ୍ଥଳରେ ସିମୁଳିଆ ପୋଲିସ ଓ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l





