କୋରାପୁଟ, (ବାଘୁଆବାର୍ତ୍ତା): ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟି ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । କୋରାପୁଟ ପୋଲିସ ମୁଖ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ପୋଲିସ କର୍ମଚାରୀ ନରେନ୍ଦ୍ର ବିଶ୍ଵାଳଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି ଡକରାଯାଇଥିା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କୋରାପୁଟ ଏସପିଙ୍କ ସହ ବରିଷ୍ଠ ଅଧିକାରୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ସ୍ଥିତି ତଦାରଖ କରୁଛନ୍ତି ।





