Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମକର ସଂକ୍ରାନ୍ତିରେ ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

by ସଞ୍ଜୟ ସ୍ୱାଇଁ
January 14, 2025
in Crime, State
ମକର ସଂକ୍ରାନ୍ତିରେ ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ
143
VIEWS
Share on FacebookShare on Twitter

ବାଙ୍କୀ, (ବାଘୁଆବାର୍ତ୍ତା) : ଆଜି ହେଉଛି ମକର ସଂକ୍ରାନ୍ତି। ସେଥିପାଇଁ ଚଳଚଞ୍ଚଳ ପୂରପଲ୍ଲୀ। ଏପରିସ୍ଥିତିରେ କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଝୁଲି ପଡ଼ିଲେ ପ୍ରେମୀ ଯୁଗଳ! ବାହା ହୋଇ ଘର ସଂସାର କରିବା ପାଇଁ ସ୍ୱପ୍ନ ଦେଖୁଥିବା ପ୍ରେମୀ ଯୁଗଳ ନିଜ ନିଜ ଘରେ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। ହେଲେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ। ତେବେ ହଠାତ୍‌ କଣ ହେଲା ଉଭୟ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ। ରଞ୍ଜନ ଓ କଲ୍ୟାଣୀ ନିଜ ନିଜ ଘରେ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରି ବାଙ୍କୀ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଆତ୍ମହତ୍ୟାର କାରଣ ଖୋଜୁଛି। ସେପଟେ ମୃତ ପ୍ରେମୀ ଯୁଗଳଙ୍କ ପରିବାର ଲୋକେ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!