ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ପରିବାର କଳିକୁ ନେଇ ଜୀବନ ହାରିଦେବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଏଭଳି କିଛି ଘଟଣା ସାମନାକୁ ଆସୁଛି । ଏଥିରେ ଆଉ ଏକ ଘଟଣା ଯୋଡ଼ି ହୋଇ ଯାଇଛି ଖୋର୍ଦ୍ଧା ଜିଲ୍ଲାରୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ପରେ ସ୍ୱାମୀ ଆତ୍ମହତ୍ୟା କରିଦେଲେ । ଆଉ ସ୍ବାମୀଙ୍କ ଝୁଲନ୍ତା ମୃତ ଦେହ ଦେଖି ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରି ଦେଲେ । ଏଭଳି ଏକ ଦୁଃଖଦ ଘଟଣା ଖୋର୍ଦ୍ଧା ସଦର ଥାନା ଅଧୀନ ବଣିଆଟାଙ୍ଗିରେ ଘଟିଛି । ଦର୍ଶକ ବନ୍ଧୁ ଈଶ୍ୱର ଜୀବନ ଦେଇଛନ୍ତି ଜୀଇବା ପାଇଁ । ଦୁନିଆରେ ଜନ୍ମ ହେଲେ ଅନେକ ଦୁଃଖ କଷ୍ଟ ଆସେ । ତାକୁ ସାମନା କରି ଆଗକୁ ଯିବା ହେଉଛି ମଣିଷର କର୍ତ୍ତବ୍ୟ । ହେଲେ ଧୈର୍ୟ୍ୟହରା ମଣିଷ ଆଜି ସେଥିରୁ ଦୂରେଇ ଯାଉଛି । ଆଉ ଅକାଳରେ ଜୀବନ ଝଡ଼ି ଯାଉଛି । ଆମେ ସମସ୍ତେ ଜାଣିଛେ ଆଜିକା ଦୁନିଆରେ କେହି କାହାର ନୁହନ୍ତି ଭଲ ପାଇବାର ବାହାନା କରି ସମ୍ପତ୍ତି ଲୁଟି ନିଆନ୍ତି । ଆଉ କେହି କେହିତ ବିବାହ ପରେ ସମ୍ପତ୍ତି ଆଶାରେ ପାରିବାରିକ କଳହର ଆଳ ଦେଖାଇ କୋର୍ଟରେ ମିଛ ମକଦ୍ଦମା କରି ଛାଡ଼ପତ୍ର ସହିତ ସମ୍ପତ୍ତି ନିଅନ୍ତି । ଆଜିକା ଦୁନିଆରେ ନିଛକ ଭଲପାଇବା ବହୁତ କମ ମିଳିଥାଏ । ଆଜି ଆମେ ଦେଖିବା ଏଭଳି ଏକ ଭଲ ପାଇବା ସ୍ୱାମୀର ମୃତ୍ୟୁ ଦେଖି ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିଦେଇଛନ୍ତି । ଖୋର୍ଦ୍ଧା ବଣିଆଟାଙ୍ଗି ଗ୍ରାମର ସମରେନ୍ଦ୍ର ସେନାପତି ଏବଂ ତାଙ୍କ ସ୍ତ୍ରୀ ସୁନିତା ସେନାପତି ଦୁହେଁ ଦୁହିଁଙ୍କୁ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ । ପାରିବାରିକ କଳହ କାହା ଘରେବା ନାହିଁ ସମସ୍ତଙ୍କ ଘରେ ରହିଛି କିଛି ନା କିଛି କଳହ ଏହି ଭଳି କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା । ସମରେନ୍ଦ୍ର ପେସାରେ ଜଣେ ରଙ୍ଗ ମିସ୍ତ୍ରୀ । ରଙ୍ଗ କାମ କରି ପରିବାର ପୋଷଣ କରିଥାନ୍ତି । ପରିବାର କହିଲେ ଘରେ ତାଙ୍କର ସ୍ୱାମୀ ସ୍ତ୍ରୀ ଦୁଇ ଝିଅ ଗୋଟିଏ ପୁଅ । ସମସ୍ତେ ପାଠ ପଢୁଛନ୍ତି । ସମରେନ୍ଦ୍ର ରଙ୍ଗ କାର୍ୟ୍ୟ କରିବା ସହିତ ନିଜର ବିଲ ବାଡ଼ିରେ ମଧ୍ୟ କାମ କରନ୍ତି । ସବୁ ଦିନ ଭଳି ଆଜି ବି ବିଲକୁ ଯାଇଥିଲେ । କାମରୁ ଫେରିବା ପରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି କାରଣରୁ କଳହ ହୋଇଥିବା ସମସ୍ତେ ସନ୍ଦେହ କରୁଛନ୍ତି ପରିବାର ଲୋକେ । ଯେଉଁଥିପାଇଁ ସମରେନ୍ଦ୍ର ଏକ ଘରେ ପଶି କବାଟ ଦେଇଦେଲେ । କବାଟ ନଫିଟେଇବାରୁ ପରିବାର ଲୋକେ ଏବଂ ତାଙ୍କ ଭାଇ କବାଟ ଭାଙ୍ଗି ଭିତରେ ପଶିଥିଲେ । ଦେଖିଲା ବେଳକୁ ରସି ଲଗେଇ ଝୁଲିପଡିଥିଲେ ସମରେନ୍ଦ୍ର । ସଙ୍ଗେ ସଙ୍ଗେ ତାଙ୍କୁ ତଳକୁ ଓହ୍ଲାଇ ହସ୍ପିଟାଲ ନେବା ପରେ ଡାକ୍ତର କହିଲେ ଆଉ ଦେହରେ ପ୍ରାଣ ନାହିଁ । ସ୍ୱାମୀର ମୃତ୍ୟୁକୁ କିନ୍ତୁ ସହି ପାରିଲେନି ସ୍ତ୍ରୀ ସୁନିତା । ଅଚାନକ ମୃତ୍ୟୁ ତାଙ୍କୁ ଖୁବ୍ ମାନସିକ ଆଘାତ ଦେଲା । ଆଉ ଖବର ଆସିବା ପରେ ସଂଗେ ସଂଗେ ନେଇଗଲେ ଚରମ ନିଷ୍ପତ୍ତି । ଘର ଲୋକଙ୍କ କହିବା କଥା ସୁନିତା ନିଜେ ଘରେ ଥିବା ଏକ ବିଦ୍ୟୁତ ତାରକୁ ଧରି ମୃତ୍ୟୁ କୋଳକୁ ଟାଣି ହୋଇଗଲେ । ଏହି ଘଟଣା ଏବେ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।





