Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଋଣ ଭାର ସହି ପାରିଲେନି ମାଛ ବ୍ୟବସାୟୀ, ରଶି ଲଗାଇ ଝୁଲି ପଡିଲେ

by ସଞ୍ଜୟ ସ୍ୱାଇଁ
August 20, 2023
in Crime, Nayagarh, State
ଋଣ ଭାର ସହି ପାରିଲେନି ମାଛ ବ୍ୟବସାୟୀ, ରଶି ଲଗାଇ ଝୁଲି ପଡିଲେ
518
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାରପୁରିକିଆ ଗ୍ରାମରେ ଦେଖିବାକୁ ମିଳିଛି ଅଘଟଣ । ଋଣ ଭାର ଅସହ୍ୟ ହେବାରୁ ବେକରେ ରଶି ଲଗାଇ ଝୁଲି ପଡିଲେ । ଆତ୍ମହତ୍ୟା କରିଥିବା ବ୍ୟବସାୟୀ ଜଣଙ୍କ ହେଲେ ଦଶପଲ୍ଲା ଥାନା ବାରପୁରିକିୟା ଗାଁର ରାଜକିଶୋର ବେହେରା। ସେ ମାଛ ବ୍ୟବସାୟୀ କରି ନିଜ ପରିବାର ଚଳାଉଥିଲେ। ହେଲେ ଠିକ ଭାବେ ବେପାର ନ ହେବାରୁ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇ ପଡ଼ିଥିଲା। ଏଥିପାଇଁ ସେ ବିଭିନ୍ନ ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥା ଓ ସାହି ପଡ଼ୋଶୀଙ୍କ ଠାରୁ ଟଙ୍କା ଧାର ଆଣିଥିଲେ।

ମାଛ ବ୍ୟବସାୟୀ କରି ସେ ଟଙ୍କା ଶୁଝି ଦେବେ ବୋଲି ଆଶା ମଧ୍ୟ କରିଥିଲେ। ଋଣ ଟଙ୍କା ଲଗାଇ ବେପାର ବଢ଼ାଇଥିଲେ ମଧ୍ୟ କିଛି ବି ଲାଭ ହୋଇ ନଥିଲା। ଫଳରେ ଋଣ ଭାର ତାଙ୍କ ଉପରେ ବଢ଼ି ଚାଲିଥିଲା। ଏହାକୁ ନେଇ ପରିବାର ମଧ୍ୟରେ ପ୍ରାୟ ସମୟ ଝଗଡ଼ା ମଧ୍ୟ ହେଉଥିଲା। ଶନିବାର ଧାର ଟଙ୍କାକୁ ନେଇ ପରିବାର ମଧ୍ୟରେ ଜୋରଦାର ବଚସା ହୋଇଥିଲା। ଏଥିରେ ମର୍ମାହତ ଓ ଋଣ ଭାରର ଚାପ ସହି ନ ପାରି ରାଜକିଶୋର ବେକରେ ରଶି ଲଗାଇ ଝୁଲି ପଡ଼ିଥିବା ପୁଲିସ୍ କହିଛି। ଆଜି ସକାଳେ ଦଶପଲ୍ଲା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ରାଜକିଶୋରଙ୍କ ଝୁଲନ୍ତା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!