Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଜକୁ ଗୁଳି କରି ଦେଲେ ସିଆଇଏସ୍‌ଏଫ୍ ଯବାନ

by ସଞ୍ଜୟ ସ୍ୱାଇଁ
January 9, 2025
in Crime, State
ନିଜକୁ ଗୁଳି କରି ଦେଲେ ସିଆଇଏସ୍‌ଏଫ୍ ଯବାନ
114
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ନିଜକୁ ନିଜେ ଗୁଳି କରିଦେଲେ ଜଣେ CISF ଯବାନ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (RSP)ରେ ଘଟିଛି ଏହି ଘଟଣା। ମୃତ ଯବାନଙ୍କ ନାଁ ଅଭିନନ୍ଦ ପି କେ। ତାଙ୍କ ଘର କେରଳର କନ୍ନୁର ଜିଲ୍ଲାର ଥିରୁଭାଙ୍ଗାଡୁ ଗାଁରେ। ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ିଛି। ଆଜି ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ଏହି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି। ଅଭିନନ୍ଦ ପି କେ ଗତକାଲି ନାଇଟ୍ ଡ୍ୟୁଟିରେ ନିଯୁକ୍ତ ହୋଇଥିଲେ। ଆଜି ସକାଳ ୮ଟାରେ ତାଙ୍କ ଡ୍ୟୁଟି ଶେଷ ହୋଇଥା’ନ୍ତା। ତେବେ ତା’ ପୂର୍ବରୁ ଘଟିଗଲା ଏଭଳି ଏକ ଘଟଣା। ଅଭିନନ୍ଦ ପି କେ ମୁତୟନ ହୋଇଥିବା ସ୍ଥାନରେ ପାଟ୍ରୋଲିଂ ଅଧିକାରୀ ପହଞ୍ଚିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ତାଙ୍କ ଉପରସ୍ଥ ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ଏହା ପରେ ଟାଙ୍ଗରପାଲି ଥାନାକୁ ଖବର ଦିଆଯାଇଥିଲା। ଟାଙ୍ଗରପାଲି ଥାନା ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଶବକୁ ଜବତ କରିଥିଲା। ଅଭିନନ୍ଦ ପି କେ’ଙ୍କ ମୃତଦେହକୁ ଆଇଜିଏଚ୍‌ରେ ରଖାଯାଇଛି। ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସେମାନେ ରାଉରକେଲାରେ ପହଞ୍ଚିବେ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ, ତା’ର କାରଣ ସଂପର୍କରେ କିଛି ଜଣାପଡ଼ିନାହିଁ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅଭିନନ୍ଦ ପି କେ’ଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। କର୍ମସ୍ଥଳରେ କିଛି ସମସ୍ୟା ଥିଲା ନା କିଛି ପାରିବାରିକ କାରଣ ଥିଲା, ସେ ଦିଗରେ ପୁଲିସ ତଦନ୍ତ କରୁଛି। ତା’ ସହିତ ଅନ୍ୟ ଦିଗ ଉପରେ ମଧ୍ୟ ପୁଲିସ ତଦନ୍ତ କରୁଛି। ଆସନ୍ତାକାଲି ପରିବାର ଲୋକ ଆସିଲେ ସେମାନଙ୍କୁ ପଚରାଉଚରା କରିବ ବୋଲି ପୁଲିସ। ସିଆଇଏସ୍‌ଏଫ୍‌ର କିଛି ଅଧିକାରୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିପାରେ ବୋଲି କୁହାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!