ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ଅଘଟଣ । ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କୁ କେହି ମାରିଦେଇ ଟାଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ରଣପୁର ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ମୃତକ ବ୍ୟକ୍ତି ଜଣଙ୍କ ହେଲେ ତାରିଆ ଗ୍ରାମର ରବିନ୍ଦ୍ର ସାମନ୍ତରାୟଙ୍କ ପୁଅ ମାନସ ରଞ୍ଜନ ସାମନ୍ତରାୟ ।
ସେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ସୁଚନା ମିଳିଛି । ରଣପୁର ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ରଣପୁର ହାତିବାରୀ ଜଙ୍ଗଲରେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ କିଛି ଦିନ ଧରି ମାନସିକ ଚାପରେ ରହିଥିବା ପରିବାର ପକ୍ଷରୁ ପ୍ରକାଶ କରାଯାଇଛି ।





