ବାଲେଶ୍ଵର, (ବାଘୁଆବାର୍ତ୍ତା): ରିଜର୍ଭ ପୋଲିସ ବାରାକରେ କନଷ୍ଟେବଳଙ୍କ ଆତ୍ମହତ୍ୟା। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ କନଷ୍ଟେବଳ। ରବିବାର ଏପରି ଅଭାବନୀୟ ଘଟଣା ବାଲେଶ୍ଵର ବାରାକରେ ଘଟିଛି। ମୃତ କନଷ୍ଟେବଳଙ୍କ ନାଁ କରୁଣାକର ବେହେରା। ତେବେ ଗୋଟିଏ ବର୍ଷ ହେବ ତାଙ୍କୁ ଦରମା ମିଳିନଥିବା ଅଭିଯୋଗ ହୋଇଛି। ଆତ୍ମତହ୍ୟାର କାରଣ ସ୍ପଷ୍ଟ ଜଣା ପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି। ଏହି ଘଟଣା ବାରାକରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।






