Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକା ପରିବାରର ଅପମାନ ଓ ନିର୍ୟାତନା ସହି ନପାରି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

by ସଞ୍ଜୟ ସ୍ୱାଇଁ
October 8, 2021
in Crime, State
ପ୍ରେମିକା ପରିବାରର ଅପମାନ ଓ ନିର୍ୟାତନା ସହି ନପାରି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା
175
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବ୍ରେକ୍ ଅପ୍ ପରେ ପ୍ରେମିକାର ବ୍ଲାକ୍ ମେଲିଂ ଅଭିଯୋଗ । ପୁଣି ନିଜ ଭାଇଙ୍କ ଦ୍ବାରା ପ୍ରେମିକକୁ ମାଡ଼ ମାରିବା ଭଳି ସଙ୍ଗୀନ ଘଟଣା । ଅପମାନ ଓ ନିର୍ଯାତନା ସହି ନପାରି ଜଣେ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏପରି ଉଭୟଙ୍କର ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣଙ୍କ ହେଲେ ପାରାଦୀପ ଅଞ୍ଚଳର ଶ୍ରୀତମ ସ୍ବାଇଁ । ଶୁକ୍ରବାର ଦିନ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀତମଙ୍କ ମୃତ୍ୟୁ ହୋଇଛି । ଶ୍ରୀତମଙ୍କ ମୃତ୍ୟୁ ପାଇଁ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ଦୋଷାରୋପ କରିଛନ୍ତି ମୃତ ଛାତ୍ରଙ୍କ ପରିବାର । ଅଭିଯୋଗ ଅନୁସାରେ, ପ୍ରେମ ବ୍ୟାପାରକୁ ନେଇ ଶ୍ରୀତମଙ୍କର ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କ ସହ ପୂର୍ବରୁ ଝଗଡ଼ା ହୋଇଥିଲା। ପରେ ନିଜ ବାପାଙ୍କ ଦେହ ଖରାପ ଅଛି କହି ଶ୍ରୀତମଙ୍କଠାରୁ ତାଙ୍କ ପ୍ରେମିକା ଦୁଇ ଲକ୍ଷ ଟଙ୍କା ଧାର ନେଇଥିଲେ ବୋଲି ଶ୍ରୀତମଙ୍କ ସାଙ୍ଗ ଅଭିଯୋଗ କରିଛନ୍ତି । ତେବେ ବ୍ରେକ୍ ଅପ୍ ପରେ ଶ୍ରୀମତ୍ ଟଙ୍କା ମାଗିବାରୁ, ଝିଅର ଭାଇ ତାଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ। ପୂର୍ବରୁ ମଧ୍ୟ ଥରେ ଆତ୍ମହତ୍ୟାର ଉଦ୍ୟମ କରିଥିଲେ ଶ୍ରୀତମ୍ । ଦୁଇ ଦିନ ତଳେ କଟକର ଏକ ହୋଟେଲ ରୁମ୍ ରେ ଶ୍ରୀତମ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମୂର୍ମୁଷୂ ଅବସ୍ଥାରେ ତାଙ୍କୁ ପୋଲିସ ଓ ସାଙ୍ଗମାନେ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ଶ୍ରୀତମ । ଶୁକ୍ରବାର ସକାଳୁ ତାଙ୍କର ଦେହାନ୍ତ ହୋଇଛି। ଗୁଣୁପୁର GIET ରେ ତୃତୀୟ ବର୍ଷରେ ପାଠ ପଢୁଥିବା ଶ୍ରୀତମ ଜଣେ ମେଧାବୀ ଛାତ୍ର ଥିଲେ । ସେ ନିଜର ଏକ ପବ୍ଲିସିଂ ଏଜେନ୍ସୀ କରିଥିଲେ । ଶହେରୁ ଉର୍ଦ୍ଧ୍ବ ବହି ପ୍ରକାଶ କରି ଆମାଜନ ଓ ଫ୍ଲିପକାର୍ଟ ଜରିଆରେ ବିକ୍ରି କରୁଥିଲେ । ପରିବାରଲୋକ ଏକମାତ୍ର ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!