ଉମରକୋଟ, (ବାଘୁଆବାର୍ତ୍ତା): ମାଓ ଅଧ୍ୟୁଷିତ ଛତିଶଗଡ଼-ଓଡ଼ିଶା ସୀମାନ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧୀନ ଫୁଟାନୋଡ଼ା ସିଆରପିଏଫ୍ କ୍ୟାମ୍ପରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଛନ୍ତି। କ୍ୟାମ୍ପରେ ଜଣେ କାର୍ୟ୍ୟରତ ସିଆରପିଏଫ୍ ଯବାନ ରବିବାର ଅପରାହ୍ନରେ ନିଜ ବନ୍ଧୁକରୁ ଆତ୍ମହତ୍ୟା କରିଛନ୍ତି । ଏନେଇ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ମୃତ ଯବାନ ଜଣକ ହେଲେ ଡି.ଗୋବର୍ଦ୍ଧନ। ତାଙ୍କ ଘର ତେଲେଙ୍ଗାନା ବୋଲି ଜଣାପଡିଛି । ତେବେ ଡି.ଗୋବର୍ଦ୍ଧନଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ରାଇଘର ପୋଲିସ ଘଟଣା ବାବଦରେ ଖବର ପାଇ ତଦନ୍ତ ଆରମ୍ଭ କରିଛି । ସନ୍ଧ୍ୟାରୁ କ୍ୟାମ୍ପରେ ଉମରକୋଟ ଏସ୍ଡିପିଓ ଦୀନେଶ କୁମାର ନାୟକ, ରାଇଘର ତହସିଲଦାର ଶକ୍ତି ମହାପାତ୍ର, ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ପ୍ରମୁଖ ଡେରା ପକାଇ କେଉଁ ପରିସ୍ଥିତିରେ ଯବାନ ଜଣକ ଆତ୍ମହତ୍ୟାର ବାଟ ବାଛିନେଲେ ସେନେଇ ତଦନ୍ତ କରୁଛନ୍ତି । ଅଥଚ କେହି ହେଲେ ଅଧିକାରୀ ଘଟଣା ସଂପର୍କରେ ମୁହଁ ଖୋଲୁ ନାହାନ୍ତି ।






