Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଳିଲା ମହାନଦୀକୁ ଡେଇଁ ପଡ଼ିଥିବା ଲ୍ୟାବ୍ ଆସିଷ୍ଟାଣ୍ଟଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
September 27, 2021
in Crime, State
ମିଳିଲା ମହାନଦୀକୁ ଡେଇଁ ପଡ଼ିଥିବା ଲ୍ୟାବ୍ ଆସିଷ୍ଟାଣ୍ଟଙ୍କ ମୃତଦେହ
221
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କଟକ ଜଗତପୁରରେ ଗତକାଲି ମହାନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ ଥିବା ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ମିଳିଛି। କଟକ ଜିଲ୍ଲା କିଷନନଗର ଥାନା ସିର୍ଲୋ ବ୍ରାହ୍ମଣଖଣ୍ଡ ମହାନଦୀ ପଠାରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିବା ସେ କହିଛନ୍ତି। ଭୁବନେଶ୍ୱରରେ ଏକ କଲେଜରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାର୍ୟ୍ୟ କରୁଥିଲେ ଦେବାଶିଷ ଦାସ। ତାଙ୍କ ଘର କଟକର ଚାଉଳିଆଗଞ୍ଜରେ। ଗତକାଲି ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ସେ କାର୍‌ରେ ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ମଧ୍ୟ ଥିଲେ। ମହାନଦୀ ବ୍ରିଜ୍ ଉପରେ ସେ କାର୍‌କୁ ଅଟକାଇଥିଲେ। କାର୍ ଅଟକିବା ପରେ ସେ ଓହ୍ଲାଇ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। ଡ୍ରାଇଭରଙ୍କ ବୟାନ ଆଧାରରେ ପୁଲିସ୍ ଏହି ସୂଚନା ଦେଇଥିଲା। ତେବେ ପୁଲିସ୍ ଘଟଣାକୁ ଗୁରୁତର ସହିତ ନେଇଛି। ସଂପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଲ୍ୟାବ୍‌ ଆସିଷ୍ଟାଣ୍ଟ ଦେବାଶିଷ ଦାସ କିଛି ଦିନ ଧରି ଚିନ୍ତିତ ରହୁଥିଲେ। ପାରିବାରିକ ସମସ୍ୟା ନେଇ ସେ ଚିନ୍ତିତ ଥିଲେ। ତେବେ ସମସ୍ତ ଦିଗକୁ ତର୍ଜମା କରି ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!