Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝୁଲନ୍ତା ଅବସ୍ତାରେ ଫାଷ୍ଟଫୁଡ ମିସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
July 8, 2024
in Crime, State
ଝୁଲନ୍ତା ଅବସ୍ତାରେ  ଫାଷ୍ଟଫୁଡ ମିସ୍ତ୍ରୀ
157
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆ ବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଅଧିନସ୍ଥ କୁହୁଡ଼ି ଗ୍ରାମ ପଞ୍ଚାୟତରେ ଅବସ୍ତିତ ଥିବା ପାର୍ବତୀ ବଜାରରେ ରତନପୁର ତାଳଡିହର ଅକୁର ପ୍ରଧାନ ଙ୍କ ୫୦ ବର୍ଷିୟ ପୁତ୍ର ପ୍ରଶାନ୍ତ ପ୍ରଧାନ ଓରଫ ଆବୁଆ ଦୀର୍ଘଦିନ ଧରି ଚଳାଇ ଆସୁଥିଲେ ଏକ ଫାଷ୍ଟ ଫୁଡ ଦୋକାନ। ଏହି ଫାଷ୍ଟ ଫୁଡ ସେଣ୍ଟରରେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳର କନ୍ଧ ନୟାଗଡ଼ ରଘୁଦିବାକର ସାହି ର ନାରାୟଣ ସାହୁ ଙ୍କ ୩୫ ବର୍ଷୀୟ ପୁଅ ବାସୁଦେବ ସାହୁ ଓରଫ ବାସୁ ଚଳିତ ବର୍ଷ ଜାନୁୟାରୀ ମାସରୁ ବିରିୟାନୀ ଓ ପକଡା ମିସ୍ତ୍ରୀ ଭାବେ ଆଜି ପର‌୍ୟ୍ୟନ୍ତ କାମ କରିଆସୁଥିଲେ। ତେବେ ଗତ କାଲି ସନ୍ଧ୍ୟାରେ ହଠାତ ନଣନ୍ଦ ଙ୍କ ଠାରୁ ଫୋନ୍ ପାଇଥିଲେ ବାସୁଦେବ ର ମୃତ୍ୟୁ ଘଟିଛି। ଏହି ଖବର୍ ପାଇ ତୁରନ୍ତ ମୃତ ବାସୁଙ୍କ ଧର୍ମପତ୍ନୀ ଟୁନି ଫାଷ୍ଟ ଫୁଡ ସେଣ୍ଟରର ମାଲିକ ଆବୁଆ କୁ ଫୋନ୍ କରିବା ପରେ ଫୋନ ରିସିଭ୍ ନକରିବାରୁ ବାସୁର ଧର୍ମପତ୍ନୀ ପହଞ୍ଚିଥିଲେ କୁହୁଡ଼ି ସ୍ଥିତ ଫାଷ୍ଟ ଫୁଡ ସେଣ୍ଟର ମାଲିକଙ୍କ ପାଖରେ ମାଲିକ ଏ ସମ୍ପର୍କରେ କିଛି ଜାଣିନଥିବା ଜାଣେବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଖବର୍ ନେଇ ପହଞ୍ଚିଥିଲେ ଫାଷ୍ଟ ଫୁଡ ଦୋକାନ ଠାରୁ ୩ କିଲୋମିଟରର ଦୂରରେ ନିଛାଟିଆ ନିକାଞ୍ଚନ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଥିବା ଶ୍ରୀନିଧି ମହାପାତ୍ର( ଜିନୁ) ଙ୍କ କୁକୁଡ଼ା ଫାର୍ମରେ । ଫାର୍ମର ଏକ୍ କୋଠାରୀ ମଧ୍ୟରେ ଫ୍ୟାନ ରେ ଝୁଲନ୍ତା ଅବସ୍ତାରେ ଟୁନି ଦେଖିବାକୁ ପାଇଥିଲେ ଫାଷ୍ଟଫୁଡ ମିସ୍ତ୍ରୀ ସ୍ଵାମୀ ବାସୁ ସାହୁ ଙ୍କୁ। ସ୍ଥାନୀୟ ଅଞ୍ଚଳରୁ କୁହୁଡ଼ି ଫାଣ୍ଡି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରବର୍ତ୍ତୀ ଅବସ୍ତାରେ ବାସୁଦେବ ଙ୍କ ଧର୍ମପତ୍ନୀ ଟୁନି ସାହୁ ଥାନାରେ ଏକ ଲିଖିତ ଅଭିଯୋଗ କ୍ରମେ ସାରାରାତି ଜଗିରହିଥିଲେ ପୋଲିସ୍। ଦୀର୍ଘ ସମୟ ଧରି ବାସୁର ମୃତ ଦେହ ଝୁଲନ୍ତା ଅବସ୍ତାରେ ରହିବାପରେ ଆଜି ଦିବା ୧୨ ଘଣ୍ଟିକା ସମୟରେ ସ୍ଥାନୀୟ ପ୍ରଶାସନ ସହିତ ସାଇଣ୍ଟିଫିକ ଟିମ୍ ପହଁଞ୍ଚି ମୃତ ଦେହକୁ ଯବତ୍ କରି ଚଗ ପାଇଁ ପଠାଇଛି। ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ମୃତ ଫାଷ୍ଟ ଫୁଡ ମିସ୍ତ୍ରୀ ବାସୁଦେବ ର ମୃତ୍ୟୁ ଏବେ ସନ୍ଦେହ ଘେରରେ ଏହା ହତ୍ୟା ନା ଆତ୍ମହତ୍ୟା ଘଟଣା ର ସତ୍ୟାସତ୍ୟ ଜଣାପଡିବ ପୋଲିସ୍ ର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!