Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱତନ୍ତ୍ର ଆବାସରେ ଝୁଲି ପଡ଼ିଲେ ନାବାଳକ

by ସଞ୍ଜୟ ସ୍ୱାଇଁ
July 5, 2024
in Crime, State
ଶ୍ଵଶୁରକୁ ହତ୍ୟା କଲା ଜ୍ୱାଇଁ
37
VIEWS
Share on FacebookShare on Twitter

ଅନୁଗୋଳ, (ବାଘୁଆବାର୍ତ୍ତା): ଚୋରି ମାମଲାରେ ଧରା ପଡ଼ିବା ପରେ ଅନୁଗୋଳସ୍ଥିତ ସ୍ୱତନ୍ତ୍ର ଆବାସକୁ ଆସିଥିଲେ ନାବାଳକ । କିଛି ଦିନ ପରେ ଏଠାରୁ ବାହାରି ନିଜ ଘରକୁ ଯାଇଥାନ୍ତେ । ମାତ୍ର ତା’ ପୂର୍ବରୁ ନାବାଳକଜଣକ ଚରମ ପଦକ୍ଷେପ ନେଇ ପର୍ଯ୍ୟବେକ୍ଷଣ ଗୃହର ଶୌଚାଳୟରେ ଝୁଲି ପଡ଼ିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଆଜି ଭୋରରୁ ଘଟିଛି। ମୃତ ଅନ୍ତେବାସୀଙ୍କ ଘର ଜଗତସିଂହପୁର ଅଞ୍ଚଳରେ । ସେ ଏକ ଚୋରୀ ମାମଲାରେ କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ଜରିଆରେ ଅନୁଗୋଳସ୍ଥିତ ସ୍ୱତନ୍ତ୍ର ଆବାସକୁ ଯାଇଥିଲେ। ଗତ ୭, ୮ ମାସ ପୂର୍ବରୁ ସେ ଅନୁଗୋଳ ଆସିଥିବା ଭାରପ୍ରାପ୍ତ ଉପଖଣ୍ଡ ପରିବୀକ୍ଷଣ ଅଧିକାରୀ ଅମୀର କୁମାର ନାଥଶର୍ମା ସୂଚନା ଦେଇଛନ୍ତି। ଭାରପ୍ରାପ୍ତ ଉପଖଣ୍ଡ ପରିବୀକ୍ଷଣ ଅଧିକାରୀ ଅମୀର କୁମାର ନାଥଶର୍ମାଙ୍କ ସୂଚନା ଅନୁଯାୟୀ, ନାବାଳକଙ୍କ ମାନସିକ ସମସ୍ୟା ଥିଲା । ଜଣେ ଡାକ୍ତରଙ୍କ ଅଧୀନରେ ନିୟମିତ ଭାବେ ତାଙ୍କ ଚିକିତ୍ସା ଚାଲିଥିଲା । ସେ ମେଡ଼ିସିନ ଖାଇବା ସହ ତାଙ୍କର କାଉନସେଲିଂ ମଧ୍ୟ ଚାଲୁଥିଲା । ସବୁ କିଛି ଠିକ୍‌ଠାକ ଥିବା ବେଳେ ଆଜି ଭୋରରୁ ନାବାଳକଜଣକ ଶୌଚାଳୟ ଯାଇଥିବା ବେଳେ ସେଠାରେ ଝରକା ରେଲିଂରେ ନିଜ ଗାମୁଛାରେ ଝୁଲି ପଡ଼ିଥଲେ। ସେଠାରେ ଉପସ୍ଥିତ ଅନ୍ୟମାନେ ଏହା ଦେଖିବା ପରେ ତୁରନ୍ତ ନାବାଳକଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ଼କୁ ସୂଚନା ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ନାବାଳକଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏହି ମାମଲାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ଉନ୍ମୋଚନ କରାଯିବ ବୋଲି ସେ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!