Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୮ ଦିନ ତଳେ ହୋଇଥିଲା ବାହାଘର, ମିଳିଲା କନ୍ୟାର ଝୁଲନ୍ତା ମୃତଦେହ

by ସଞ୍ଜୟ ସ୍ୱାଇଁ
March 25, 2024
in Crime, State
୮ ଦିନ ତଳେ ହୋଇଥିଲା ବାହାଘର, ମିଳିଲା କନ୍ୟାର ଝୁଲନ୍ତା ମୃତଦେହ
50
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ମନରେ ଅସୁମାରୀ ଆଶା ନେଇ ମାତ୍ର ୮ ଦିନ ତଳେ ବାପ ଘରୁ ଶାଶୁ ଘରକୁ ଆସିଥିଲା ଝିଅ। ହାତରେ ମେହେନ୍ଦୀ,ମଥାରେ ସିନ୍ଦୂର ଦେଇ ସାଜିଥିଲା କନିଆ। ଶାଶୁ ଘରକୁ ନିଜର କରି ବାକି ଜୀବନ କାଟିବାକୁ ସ୍ୱପ୍ନ ବି ଦେଖିଥିଲା। ହେଲେ ଏହି ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଗଲା। ଆରମ୍ଭ ହେଉ ହେଉ ଉଜୁଡ଼ି ଗଲା ସୁନାର ସଂସାର। ଏପରି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ ସିଂଙ୍କୁ ବିବାହ କରିଥିଲେ l ପରମ୍ପରା ଅନୁଯାୟୀ, ବିବାହ ପରେ ଗୌରୀ ନିଜ ଘରକୁ ଲୁଚିବା ପାଇଁ ଯାଇଥିବା ବେଳେ ଗତକାଲି ଶ୍ୱଶୁର ଘରକୁ ଫେରିଥିଲେ l ହେଲେ ଆଜି ଶାଶୁ ଘର ଆଗରେ ଥିବା ଜଙ୍ଗଲର ଏକ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଶାଶୁ ଘର ଲୋକେ ଗୌରୀଙ୍କୁ ହତ୍ୟା କରି ଦେଇଥିବା ତାଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି। ପୁଲିସ୍‌ ଗୌରୀଙ୍କ ସ୍ୱାମୀ ସମେତ ଅନ୍ୟ ଶାଶୁ ଘର ସଦସ୍ୟଙ୍କୁ ପଚରାଉଚରା କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!