Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରିବାରିକ କଳହ, ଭାଇଭଉଣୀଙ୍କ ଆତ୍ମହତ୍ୟା

by ସଞ୍ଜୟ ସ୍ୱାଇଁ
March 2, 2024
in Crime, State
ପାରିବାରିକ କଳହ, ଭାଇଭଉଣୀଙ୍କ ଆତ୍ମହତ୍ୟା
143
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଗୋଟିଏ ଦିନରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କର ଆତ୍ମହତ୍ୟା! ମୃତକ ଦ୍ୱୟ ସଂପର୍କରେ ଭାଇଭଉଣୀ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗାଁରେ। ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେହେରା ଆଜି ସକାଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ମଧ୍ୟାହ୍ନରେ ବିଦ୍ୟାଧର ବେହେରାଙ୍କ ବଡ଼ ଭାଇଙ୍କ ଝିଅ ଅର୍ଥାତ୍ ସନାତନଙ୍କ ବଡ଼ ବାପା ଝିଅ ନିରୁପମା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନିରୁପମା ଘରେ ଆତ୍ମହତ୍ୟା କରିଥିଲେ। ଭାଇଭଉଣୀ କାହିଁକି ଆତ୍ମହତ୍ୟା କଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟାଧର ବେହେରା ଓ ତାଙ୍କ ବଡ଼ ଭାଇଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡ଼ିକୁ ନେଇ ବିବାଦ ରହି ଆସିଛି। ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେଙ୍ଗାଲୁରୁରେ ରହି କାମ କରୁଥିଲେ। ସେ ୧୫ ଦିନ ହେଲା ଗାଁରେ ଥିଲେ। କୁହାଯାଉଛି, ଆଜି ସନାତନ ଆତ୍ମହତ୍ୟା କରିବା ପରେ ତାଙ୍କ ବାପା ବିଦ୍ୟାଧର ବେହେରା ବଡ଼ ଭାଇ ଘରକୁ ଆସି ପାଟତୁଣ୍ଡ କରିଥିଲେ। ସେତେବେଳେ ବଡ଼ ଭାଇ ଘରେ କେହି ନଥିଲେ। କେବଳ ତାଙ୍କ ଝିଆରୀ ନିରୁପମା ଥିଲେ। ବିଦ୍ୟାଧର ପାଟିତୁଣ୍ଡ କରି ଯିବା ପରେ ନିରୁପମା ଆତ୍ମହତ୍ୟା କରିଥିଲେ। ଧୂଷୁରୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସେହିପରି ଘଟଣା ପଛରେ କ’ଣ କାରଣ ରହିଛି, ତାହା ପୁଲିସ୍ ତଦନ୍ତରୁ ଜଣାପଡ଼ିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!