ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଘଟଣ । ପାରିବାରିକ କଳହକୁ ନେଇ ଜୀବନ ହାରିଛନ୍ତି ଯୁବକ । ଗତ କାଲି ସକାଳ ୭ଟାରୁ ଘରୁ ବାହାରି କେଉଁଆଡେ ପଳାଇଯାଇଥିଲେ । ଗତ ୬ ମାସ ହେଲା ସେ ମାନସିକ ଚିନ୍ତାଗ୍ରସ୍ତରେ ଥିଲେ । ଯଦୁପୁର ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ହରେକୃଷ୍ଣ ପ୍ରଧାନ ଘର କଳିକୁ ନେଇ ନିଜ ଘରଠାରୁ ଦେଢ଼ କିଲୋମିଟର ଦୁର ଡାହୁକା ନଦୀ କୁଳରେ କଲରାବଣିର ଏକ ଗଛରେ ଆତ୍ମହତ୍ୟା କରିଥିବା ଜଣା ପଡିଛି । ପରିବାର ଲୋକ ଖୋଜାଖୋଜି କରିବା ପରେ ସେଠାରୁ ତାଙ୍କୁ ପାଇଥିଲେ । ଗତ କାଲି ବିଳମ୍ବିତ ରାତିରେ ପୁଲିସ ଖବର ପାଇ ଶବକୁ ଜବତ କରିଥିଲା । ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ତାଙ୍କ ଶବ ବ୍ୟବଛେଦ କରାଯାଇଛି ।





