Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଉଜ ପ୍ରେମରେ ପଡ଼ି ବିଷ ପିଇଲା ଦିଅର, ଥାନାରେ ଭାଉଜ ଅଟକ

by ସଞ୍ଜୟ ସ୍ୱାଇଁ
November 11, 2022
in Crime, State
ଭାଉଜ ପ୍ରେମରେ ପଡ଼ି ବିଷ ପିଇଲା ଦିଅର, ଥାନାରେ ଭାଉଜ ଅଟକ
262
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଭାଉଜ ପ୍ରେମରେ ପଡ଼ି ବିଷ ପିଇଲା ଦିଅର। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ସମ୍ପୃକ୍ତ ଭାଉଜଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଙ୍ଗୀ ଚଣ୍ଡେଶ୍ବର ଗାଁରେ । ଚଣ୍ଡେଶ୍ୱର ଗାଁର ୨୮ ବର୍ଷୀୟ ଚିତ୍ତରଂଜନ ଜେନା ୪ବର୍ଷ ତଳେ ବିବାହ କରିଥିଲେ । ବିବାହର ୨ବର୍ଷ ପରେ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା । ଚିତ୍ତ ରଂଜନଙ୍କ ବଡ଼ ଭାଇ ସୂଦୁର ଦୁବାଇରେ ରହୁଥିବାରୁ ଭାଉଜ ଓ ଦିଅର ମଧ୍ୟ୍ୟରେ ପ୍ରେମ ସଂପର୍କ ଗଢି଼ ଉଠିଥିଲା । ମହିଳାଙ୍କର ୨ଜଣ ବଡ଼ ପୁଅ ଅଛନ୍ତି। ଉଭୟଙ୍କ ସମ୍ପର୍କ ନେଇ ବାହାରେ ପ୍ରଘଟ ହେବାରୁ ମହିଳା ଜଣକ ଦୁଇ ପିଲାଙ୍କ ସହ ଚଣ୍ଡେଶ୍ୱର ଘର ଛାଡି କୁହୁଡି ଚୁଆ ଟାଙ୍ଗୀରେ ଘର ଭଡ଼ା ନେଇ ରହି ଆସୁଥିଲେ । ଫଳରେ ଘରେ କେହି ନଥିବାରୁ ଦିଅର ଚିତ୍ତରଂଜନ ଭାଉଜଙ୍କ ଘରକୁ ଯିବା ଆସିବା ସହଜ ହେଉଥିଲା । ଚିତ୍ତରଂଜନ ନିଜ ଭାଉଜ ପ୍ରେମରେ ପଡ଼ି ପତ୍ନୀଙ୍କୁ ନିର୍ୟ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ଦିଅର ଭାଉଜଙ୍କ ପ୍ରେମାଳାପର ଏକ ଅଡିଓ ରେକଡିଂ ସ୍ତ୍ରୀଙ୍କ ହାତରେ ଲାଗିଥିଲା। ସ୍ବାମୀଙ୍କୁ ତାଗିଦ୍ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଅନ୍ୟ ଉପାୟ ନପାଇ ପୋଲିସକୁ ଜଣାଇଥିଲେ ସ୍ତ୍ରୀ । ପୋଲିସ ଉଭୟଙ୍କୁ ଥାନାକୁ ଡ଼କାଇଥିଲେ । ଥାନାକୁ ଆସିଥିବା ବେଳେ ଦିଅର ଚିତ୍ତରଂଜନ ହଠାତ୍ ଅଚେତ୍ ହୋଇପଡିଥିଲେ। ପୋଲିସ୍ ତୁରନ୍ତ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ପଚରାଉଚୁରାରୁ ଚିତ୍ତ ବିଷ ଖାଇଥିବା ସ୍ୱୀକାର କରିଥିଲା । ଭାଉଜକୁ ଥାନାରେ ଅଟକ ରଖି ପଚରାଉଚରା କୁରଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!