Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
November 8, 2022
in Crime, State
ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
72
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା। ପ୍ରେମୀ ଯୁଗଳଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ବୋରିଗୁମ୍ମା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ ଜଣାପଡ଼ୁଥିବା ବୋରିଗୁମ୍ମା ଏସିଡିପିଓ ମଧୁଶିକ୍ତା ମିଶ୍ର କହିଛନ୍ତି। ଏସ୍‌ଡିପିଓ କହିଛନ୍ତି, ଦୁହେଁ ବିବାହିତ ଥିଲେ। ସେମାନଙ୍କର ନିଜ ନିଜର ପରିବାର ଅଛନ୍ତି। ମୃତ ମହିଳା କୁଲି କାମ କରୁଥିଲେ। ଆଉ ପୁରୁଷ ଜଣଙ୍କ ମିସ୍ତ୍ରୀ ଭାବେ କାମ କରୁଥିଲେ। ନବରଙ୍ଗପୁରକୁ ସେମାନେ କାମ କରିବାକୁ ଯାଉଥିଲେ। କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ। ମୃତ ମିସ୍ତ୍ରୀଙ୍କ ନାଁ ରାମଧର ଭତରା। ତାଙ୍କ ଘର ଲିଟିମଝିଆ ଗାଁରେ। ସେହିଭଳି ମୃତ ମହିଳା ଜଣଙ୍କ ବଡ଼ମଝିଆ ଗାଁର ବାସିନ୍ଦା ଥିଲେ। ରାମଧର ବିବାହିତ ଥିଲେ। ତାଙ୍କର ଦୁଇଟି ଛୁଆ ଅଛନ୍ତି। ସେହିପରି ମୃତ ମହିଳା ମଧ୍ୟ ବିବାହ କରିଥିଲେ ଓ ତାଙ୍କର ୪ଟି ଛୁଆ ଅଛନ୍ତି। ତେବେ ତାଙ୍କ ସ୍ୱାମୀ କିଛି ବର୍ଷ ହେଲା ତାଙ୍କଠାରୁ ଦୂରେଇ ରହୁଥିଲେ। ରାମଧରଙ୍କ ସହିତ ମୃତ ମହିଳାଙ୍କ ପ୍ରେମ ସଂପର୍କ ଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ତେବେ ମୃତ ମହିଳାଙ୍କ ବାପା ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି। ସେହିପରି ରାମଧରଙ୍କ ବାପା ମଧ୍ୟ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କି ନାହିଁ, ସେ ଜାଣି ନାହାନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!