ବଲାଙ୍ଗିର, (ବାଘୁଆବାର୍ତ୍ତା): ଟ୍ରେନ୍ ଆଗରେ ଶୋଇପଡ଼ିଲେ ଯୁବକ। ବଲାଙ୍ଗିର ରେଲୱେ ଜଙ୍କସନ ଠାରେ ବୁଧବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଜିଆରପି ପ୍ଲାଟଫର୍ମରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବଲାଙ୍ଗିର ରେଲୱେ ଜଙ୍କସନ ଠାରେ ଆଜି ସକାଳୁ ଏକ ମାଲବାହୀ ଟ୍ରେନ୍ ଆସୁଥିବା ବେଳେ ହଠାତ୍ ଜଣେ ଯୁବକ ଟ୍ରାକ୍ ଉପରକୁ ଯାଇ ଶୋଇ ପଡ଼ିଥିଲେ। ଫଳରେ ଟ୍ରେନ୍ ତାଙ୍କ ଉପରେ ଚଢି ଯାଇଥିଲା। ଖବର ପାଇ ଜିଆରପି ପ୍ଲାଟଫର୍ମରେ ପହଞ୍ଚି ଟ୍ରାକ୍ରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି। ତେବେ ଯୁବକ ଜଣଙ୍କ ଏଭଳି କାହିଁକି କଲେ ତାହାର କାରଣ ଅସ୍ପଷ୍ଟ ରହିଛି। ଜିଆରପି ଏନେଇ ଅଧିକ ତଦନ୍ତ କରୁଛି।





