ଟାଙ୍ଗୀ, (ବାଘୁଆବାର୍ତ୍ତା): ପ୍ରେମ ପରେ ପ୍ରତାରଣାରୁ ନାବାଳିକା ଛାତ୍ରୀର ଆତ୍ମହତ୍ୟା। ମୃତକ ଜଣଙ୍କ ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଇପସିତା ପ୍ରଧାନ। ୧୭ବର୍ଷିୟା ଈପସିତା +୨ ପ୍ରଥମ ବର୍ଷର ଛାତ୍ରୀ। ଏକତରଫା ପ୍ରେମ କରି ବିଫଳ ହେବାରୁ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକଙ୍କ ସହିତ ତାର ଭାଇ ଓ ବାପା ମିଶି ଇପସିତାଙ୍କୁ ମାନସିକ ନିର୍ୟ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଈପସିତାଙ୍କ ବାପା। ଏ ସମ୍ପର୍କରେ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ ଇପସିତା ଓ ତାର ପରିବାର ଲୋକେ। ଉଭୟଙ୍କ ମଧ୍ୟରେ ହୋଇଥିଲା ଆପୋଷ ସମାଧାନ। ସମାଧାନ ପରେ ବି ବଢିଚାଲିଥିଲା ନିର୍ୟ୍ୟାତନା। ଇପସିତା କଲେଜ ଯାଉଥିବା ବେଳେ ସମ୍ପୃକ୍ତ ଯୁବକ ଓ ତାର ଭାଇମାନେ ବାଟରେ ଘାଟରେ ହରରାଣ କରୁଥିଲେ। ଗତକାଲି ସଜତ ଶାହା ଇପସିତା ଘର ଦୁଆର ମୁହଁରେ ପହଞ୍ଚି ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ଏବଂ ପାଖରେ ଥିବା ଫଟୋ ଭିଡିଓ ଭାଇରାଲ କରି ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା ବୋଲି ମୃତକର ମା ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସ ସମ୍ପୃକ୍ତ ଯୁବକର ପରିବାର ଲୋକଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି।





