Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଶ୍ଳୀଳ ଫଟୋ ଭାଇରାଲ ହେବାରୁ ଲୋକଲଜ୍ଜାକୁ ଡରି ଜୀବନ ହାରିଲେ ନାବାଳିକା

by ସଞ୍ଜୟ ସ୍ୱାଇଁ
October 15, 2022
in Crime, State
ଅଶ୍ଳୀଳ ଫଟୋ ଭାଇରାଲ ହେବାରୁ ଲୋକଲଜ୍ଜାକୁ ଡରି ଜୀବନ ହାରିଲେ ନାବାଳିକା
165
VIEWS
Share on FacebookShare on Twitter

ଖୋର୍ଦ୍ଧା, ( ବାଘୁଆବାର୍ତ୍ତା): ଅଶ୍ଳୀଳ ଫଟୋ ଭାଇରାଲ ହେବା ଘଟଣାକୁ ସହିପାରିଲେନି ନାବାଳିକା । ଲୋକଲଜ୍ଜାକୁ ଡରି ଶେଷରେ ଜୀବନ ହାରିଦେଲେ। ହେଲେ ଏହା ପୂର୍ବରୁ ନିଜ ଆତ୍ମହତ୍ୟାର କାରଣ ସମ୍ପର୍କରେ ଥାନା ଅଧିକାରୀଙ୍କୁ ଲେଖି ଜଣାଇବା ସହ ଏହା ପଛରେ ଥିବା ଯୁବକଙ୍କ ନାଁ ବି ଜଣାଇ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳର ଖଜୁରୀପଡ଼ାରେ ଏପରି ଅଭାବନୀୟ ଘଟଣା ଘଟିଛି। ନାବାଳିକାଜଣକ ଯୁକ୍ତ ୨ ରେ ପଢ଼ୁଥିବା ବେଳେ ତାଙ୍କର କିଛି ଅଶ୍ଳୀଳ ଫଟୋ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଥିଲା। ଖଜୁରୀପଡ଼ାର ଜଣେ ଯୁବକ ଏହି ସବୁ ଫଟୋ ଭାଇରାଲ କରିଥିବା ବେଳେ ଯୁବତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାରିଦେବାକୁ ବି ଧମକ ଦେଉଥିଲେ। ଏହାକୁ ନେଇ ଗାଁରେ ଟାହିଟାପରା ହେବାରୁ ମୁଣ୍ଡ ଟେକି ଚାଲି ପାରିଲେନି ପରିବାର ଲୋକେ। ଏନେଇ ପରିବାର ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ କିନ୍ତୁ ଏଥିରେ କୌଣସି ତତ୍ପରତା ଦେଖାଇ ନ ଥିଲା। ଏହି ଘଟଣା ଯୋଗୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ନାବାଳିକାଜଣକ ଶେଷରେ ଗତ ରାତିରେ ବିଷ ପିଇ ଦେଇଥିବା ଜଣାପଡ଼ିଛି। ପରିବାର ଲୋକେ ତୁରନ୍ତ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ଆଜି ସକାଳେ ଖୋର୍ଦ୍ଧା ଏସଡିପିଓ, ନିରାକାରପୁର ଥାନା ଆଇଆଇସିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ କାହିଁକି ଅଭିଯୁକ୍ତଙ୍କୁ ଧରିବାକୁ ତତ୍ପରତା ଦେଖାଇଲା ନାହିଁ ତାହା ଏବେ ତଦନ୍ତସାପେକ୍ଷ । ହୁଏତ ପୁଲିସ୍‌ ତତ୍‌କ୍ଷଣାତ ପଦକ୍ଷେପ ଗ୍ରହଣ କରିଥିଲେ ଆଜି ନାବାଳିକାଜଣକ ଜୀବନ ହାରି ନ ଥାନ୍ତେ ବୋଲି ଚର୍ଚ୍ଚା ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!