Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସ୍‌ସିବିରେ ଜଣେ ରୋଗୀ ପୋଷ୍ଟ ପାର୍ଟମ କେନ୍ଦ୍ର ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

by ସଞ୍ଜୟ ସ୍ୱାଇଁ
August 10, 2021
in State
ଏସ୍‌ସିବିରେ ଜଣେ ରୋଗୀ ପୋଷ୍ଟ ପାର୍ଟମ କେନ୍ଦ୍ର ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ
73
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଏସ୍‌ସିବିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ରୋଗୀ ପୋଷ୍ଟ ପାର୍ଟମ କେନ୍ଦ୍ର ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଡ୍ୟୁଟିରେ ଥିବା ପୁଲିସ, ଦମକଳବାହିନୀ ଓ ସୁରକ୍ଷା କର୍ମୀମାନେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରି ମାନସିକ ଚିକିତ୍ସା ପ୍ରତିଷ୍ଠାନରେ ଭର୍ତ୍ତି କରିଛନ୍ତି । ସୂଚନା ମୁତାବିକ, ସୋମବାର ସକାଳ ପ୍ରାୟ ୧୦ଟା । ଜଣେ ବ୍ୟକ୍ତି ସର୍ଜରୀ ୱାର୍ଡ ପାଖରୁ ବିଜୁଳି ବେଗରେ ମେଡିକାଲ ଫାଣ୍ଡି ପଛପଟେ ଥିବା ପିପି କେନ୍ଦ୍ର (ପୋଷ୍ଟ ପାର୍ଟମ୍‌) ଆଡକୁ ଦୌଉ ଡୁଥାନ୍ତି । ହାତରେ ସାଲାଇନ୍‌ ଛୁଞ୍ଚି ଲାଗିଥାଏ । ଚାହୁଁ ଚାହୁଁ ବ୍ୟକ୍ତି ଜଣଙ୍କ ହଠାତ କୋଠା ମରାମତି ନିମନ୍ତେ ଲାଗିଥିବା ବାଉଁଶ ସିଡିରେ ପିପି କେନ୍ଦ୍ର କୋଠା ଉପରକୁ ଚଢିଥିଲେ । ‘ମୋ ଛୁଆକୁ ମୋତେ ଦିଅ ନଚେତ କୋଠା ଉପରୁ ଡେଇଁବି ବୋଲି ଚିତ୍କାର କରିଥିଲେ । ଏହାଶୁଣି ମେଡିକାଲ ଫାଣ୍ଡି ପୁଲିସ, ମେଡିକାଲ ପରିସରରେ ଥିବା ଦମକଳ ବାହିନୀ ଓ ମେଡିକାଲର ସିକ୍ୟୁରିଟି କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ବ୍ୟକ୍ତି ଜଣଙ୍କ ପିପି କୋଠାର ଦୁଇମହଲା ଉପରକୁ ଉଠିଯାଇଥିଲେ । ବହୁ ବୁଝାସୁଝା କରି ତାଙ୍କୁ ତଳକୁ ଅଣାଯାଇଥିଲା । ଖବର ନେବାରୁ ଜଣାପଡିଲା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ରଞ୍ଜିତ ମୁଖୀ । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଅଞ୍ଚଳରେ । ପତ୍ନୀଙ୍କ ସହିତ ରଞ୍ଜିତ ଏସ୍‌ସିବିକୁ ଆସିଥିଲେ । ମାତ୍ର କେଉଁ ୱାର୍ଡରେ ସେ ଆଡମିଶନ ହୋଇଥିଲେ ତାହା ତାଙ୍କ ପତ୍ନୀ କହିପାରୁନାହାନ୍ତି । ରଞ୍ଜିତ କୁଆଡେ ଗଲେ ବୋଲି ତାଙ୍କ ପତ୍ନୀ କାନ୍ଦି କାନ୍ଦି କାଜୁଆଲଟି ପାଖରେ ଲୋକଙ୍କୁ ପଚରାଉଚୁରା କରୁଥିବା ବେଳେ ପୁଲିସ ଓ ସିକ୍ୟୁରିଟି କର୍ମୀମାନେ ରଞ୍ଜିତଙ୍କୁ ଧରି ତାଙ୍କ ପାଖରେ ପହଞ୍ଚିଥିଲେ । ଉଦ୍ଧାର ପରେ ରଞ୍ଜିତଙ୍କୁ ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!