ବୌଦ୍ଧ, (ବାଘୁଆବାର୍ତ୍ତା): ଗ୍ରୁପ୍ ଲୋନ୍ ସୁଝି ନପାରି ଆତ୍ମହତ୍ୟା କଲେ ମହିଳା। ଘର ଦୁଆରେ ଥିବା ପିଜୁଳି ଗଛରେ ଝୁଲି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ବୌଦ୍ଧ ସହରସ୍ଥିତ ନୂଆ ସାହିରେ ଏଭଳି ଅଘଟଣ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ନୂଆ ସାହିର ବେନ୍ଦିରୀ ବେହେରା। ସେ ଗ୍ରୁପ୍ ଲୋନ୍ ସୁଝି ନପାରି ଆତ୍ମହତ୍ୟା କରିଥିବା ସାଧାରଣରେ ଆଲୋଚନା ହେଉଛି। ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।





