ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା । ଜଣେ ବିଟେକ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଚନ୍ଦ୍ରଶେଖରପୁର ଥାନା ରେଲୱେ କଲୋନୀରେ ଏପରି ଅଘଟଣ ଘଟିଛି । ପାରିବାରିକ କଳହରୁ ସେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଥିବା ବେଳେ ଓଢ଼ଣୀ ଲଗାଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତେବେ ଏନେଇ ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।





