ବାରଙ୍ଗ, (ବାଘୁଆବାର୍ତ୍ତା): ଘରେ ବାଇକ୍ ଚଳାଇବାକୁ ବାରଣ କରିବାରୁ ଜଣେ ଯୁବକ ଖୁମ୍ଭରେ ଝୁଲିପଡ଼ି ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ନରାଜ କୈବର୍ତ୍ତ ସାହିରେ । ମୃତକ ହେଲେ ସୁଶାନ୍ତ ସାହୁ (୧୮) । ପୁଲିସ କହିବା ଅନୁଯାୟୀ ସୁଶାନ୍ତ ପରିବାର ଲୋକକୁ ଘରେ ଥିବା ବାଇକ୍ ଚଳାଇବା ପାଇଁ ମାଗିଥିଲା । ସୁଶାନ୍ତ ବାରମ୍ବାର ମଦ ପିଇ ଗାଡ଼ି ଚଳାଉଥିବାରୁ ଓ ତାର ଲାଇସେନ୍ସ ନଥିବାରୁ ଗାଡ଼ି ଦେବାକୁ ପରିବାର ଲୋକେ ମନା କରିଥିଲେ । ଏହି କଥାକୁ କେନ୍ଦ୍ରକରି ଘର ନିକଟରେ ଥିବା ଏକ ଖୁମ୍ଭରେ ସୁଶାନ୍ତ ସୋମବାର ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ପରିବାର ଲୋକ ଶବ ସଂସ୍କାର କରିବାକୁ ନେଉଥିବାବେଳେ କିଛି ଗ୍ରାମବାସୀ ତାହାକୁ ବିରୋଧ କରି ପୁଲିସକୁ ଜଣାଇଥିଲେ ।





